www.samajalive.in
Sunday, December 14, 2025
23.1 C
Bhubaneswar

ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍‌‌ ଆତଙ୍କବାଦୀ ଜାଭେଦ ଅହମ୍ମଦ

ଡେସ୍କ: ଦିଲ୍ଲୀ ପୋଲିସକୁ ବଡ ସଫଳତା। ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍‌‌। ଜାମ୍ମୁ କାଶ୍ମୀର ହିଜବୁଲ ମୁଜାହିଦୀନର ଆତଙ୍କବାଦୀ ଜାଭେଦ ଅହମଦ ମାଟ୍ଟୋକୁ ଆଜି ପୋଲିସ ଗିରଫ କରିଛି। ଦୀର୍ଘ ଦିନ ଧରି ଘାଟିରେ ଆତଙ୍କ ସୃଷ୍ଟି କରୁଥିଲା ହିଜବୁଲ। ଯାହା ଦିଲ୍ଲୀ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜିଂ ପରିସ୍ଥିତି ସୃଷ୍ଟି କରିଥିଲା। ଏପରିକି ଭାରତ ସରକାର ହିଜବୁଲକୁ ଧରାଇ ଦେବାକୁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ବି ଘୋଷଣା କରିଥିଲେ। ଦୀର୍ଘ ଦିନରୁ ଦିଲ୍ଲୀ ପୋଲିସ ମାଟ୍ଟୋକୁ ଖୋଜୁଥିଲା। କିଛି ଦିନ ତଳେ ଅର୍ଥାତ୍‌‌ ଗତ ବର୍ଷ ସ୍ୱାଧୀନତା ଦିବସରେ ମାଟ୍ଟୋର ସପୋର ସ୍ଥିତ ବାସଭବନରେ ଭାରତର ତ୍ରିରଙ୍ଗା ପତାକା ଉଡାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଆଜି ଦିଲ୍ଲୀ ପୋଲିସ ମାଟ୍ଟୋକୁ ଧରିବାରେ ସଫଳ ହୋଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories