www.samajalive.in
Sunday, December 14, 2025
16.1 C
Bhubaneswar

ଧାନ ଓ କପାର ଅଭାବୀ ବିକ୍ରି, କଟ୍‌ନିଛଟ୍‌ନି ପ୍ରତିବାଦରେ ବିଜେପି ପକ୍ଷରୁ କଳାହାଣ୍ଡି ବନ୍ଦ ଡାକରା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ବିଜେପି ପକ୍ଷରୁ ଧାନ ଓ କପାର ଅଭାବୀ ବିକ୍ରି କଟ୍‌ନି ଛଟ୍‌ନି ପ୍ରତିବାଦରେ ୪ତାରିଖ ଗୁରୁବାର ଦିନ କଳାହାଣ୍ଡି ବନ୍ଦ ଡାକରା ଦେବା ଫଳରେ ସମସ୍ତ ଦୋକାନ ବଜାର , ଶିକ୍ଷାନୁଷ୍ଠାନ , ବ୍ୟାଙ୍କ ବନ୍ଦ ହେବା ସହିତ କିଛି ସରକାରୀ ଅଫିସ ମଧ୍ୟ ଆଂଶିକ ବନ୍ଦ ରହିଥିବା ବେଳେ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଥିଲା।
ଭାରତୀୟ ଜନତା ପାର୍ଟି, କଳାହାଣ୍ଡି ସବୁ ବେଳେ ଏବଂ ସବୁ ସମୟରେ ଜଣ ସାଧାରଣଙ୍କର ମୌଳିକ ସମସ୍ୟାକୁ ନେଇ ଲଢେଇ କରି ଆସୁଅଛି। କଳାହାଣ୍ଡି ପ୍ରତି ବୈମାତୃକ ମନୋଭାବ,ଚାଷୀ ମାରଣ ନୀତି, ଧାନ ଓ କପାର ଅଭାବି ବିକ୍ରି ସାଙ୍ଗକୁ ଟ୍ଵିଣ୍ଟାଲ ପିଛା ୦୭ ରୁ ୧୧ କେଜି ଧାନ କଟନି ଛଟନି, କଳାହାଣ୍ଡିର ବେକାର ଯୁବକ ଯୁବତୀ ମାନଙ୍କୁ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ ନିଜ ଜିଲ୍ଲାରେ ଅବସ୍ଥାପିତ କରିବା, ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବା, ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ସାଧାରଣ ଜନତାଙ୍କୁ ଦେୟ ମୁକ୍ତ ଏବଂ ଚାଷୀଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇ ଦେବା, କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ମାନଙ୍କରେ ସ୍କୁଲ ୟୁନିଫର୍ମ ଉପଯୁକ୍ତ ମାନର ଯୋଗାଇଦେବା, ଭବାନୀପାଟଣା ସହର ଓ ଜିଲ୍ଲାର ଅନ୍ୟ ସହର ଓ ଗ୍ରାମ ମାନଙ୍କରେ ଥିବା ରାସ୍ତା ଘାଟ ଓ ନାଲି ନିର୍ମାଣ ପାଇଁ ଆଦେଶ ଥିବା ସତ୍ତ୍ବେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଜାଣି ଶୁଣି କାର୍ଯ୍ୟ ତ୍ବରାନ୍ଵିତ ନକରିବା, ଏହା ବ୍ୟତୀତ ଜିଲାର ଅନେକ ସମସ୍ୟା ଆଦି ପୁରଣ ନହେବାରୁ ବାଧ୍ୟ ହୋଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ୪ ତାରିଖ ଗୁରୁବାର ଦିନ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି । ଫଳରେ ଭବାନୀପାଟଣା ସମେତ ସାରା ଜିଲ୍ଲାରେ ଏହି ବନ୍ଦକୁ ସଫଳ କରିବା ପାଇଁ ବିଜେପି ନେତା ଓ କର୍ମୀ ମାନେ ରାସ୍ତା ରୋକ କରିବା ସହିତ ବିଭିନ୍ନ ସରକାରୀ ଅଫିସ , ବ୍ୟାଙ୍କ ଆଦି କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିବା ଦେଖିବାକୁ ମିଳିଥିଲା । ଫଳରେ ସମସ୍ତ ଦୋକାନ ବଜାର ,ଶିକ୍ଷାନୁଷ୍ଠାନ ,ବ୍ୟାଙ୍କ ଆଦି ବନ୍ଦ ରହିବା ସହିତ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଭବାନୀପାଟଣା କଲେଜ ଛକ , ନକଟିଗୁଡା ଛକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶତାଧିକ ଗାଡି ମଟର ଅଟକି ରହିଥିଲା ।
ଏହି ବନ୍ଦ ପାଳନକୁ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା, ଦେବେନ୍ଦ୍ର ମହାନ୍ତି, ସାଧାରଣ ସମ୍ପାଦକ ଯୁଗଳ ପୋଢ଼, କୃଷକ ମୋର୍ଚ୍ଚା ସଭାପତି କେଶରୀ ଦୁର୍ଗା, ମିଡିଆ ସେଲ୍‌ର ପ୍ରେମନାଥ ନାଏକ , ଯୁବ ନେତା ରୋହିତ ଦୁର୍ଗା , ବିଜୟ ଦେବ ସାହୁ ,ଶରତ ନାଏକ , କେଶବ ବିହାରୀ ,ବିକ୍ରମଜିତ ସିଂ ,ବିରଞ୍ଚି ରଥ ,ପି. ସୁଜାତା ଓ ରିଙ୍କି ପୁଝାରୀ ସମେତ ବିଜେପିର ବହୁ ପଦାଧିକାରୀ ଓ କର୍ମୀ ଯୋଗ ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories