www.samajalive.in
Sunday, December 14, 2025
15.1 C
Bhubaneswar

ଓଟିପି ଦେଇ ହରାଇଲେ ୧.୯୦ ଲକ୍ଷ

ୟୋନୋ ଆପ୍ ଅପଡେଟ୍ ନଁାରେ ଠକେଇ
ବ୍ରହ୍ମପୁର : ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ୟୋ​‌େ​‌ନା ଆପ୍‌ ଅପଡେଟ୍ ନାଁରେ ଆଉ ଏକ ଠକେଇ ସାମ୍ନାକୁ ଆସିଛି ା ଅପଡେଟ୍‌ ବାହାନାରେ ସାଇବର ଠକମାନେ ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କ ଠାରୁ ୧ ଲକ୍ଷ ୯୦ ହଜାର ଟଙ୍କା ଠକି ନେଇଛନ୍ତି। ଲାଞ୍ଜିପଲ୍ଲୀ କେଶବନଗରରେ ରହୁଥିବା ନରସିଂହ ମହାନ୍ତିଙ୍କ ମୋବାଇଲକୁ କିଛି ଦିନ ତଳେ ଏକ ମେସେଜ ଆସିଥିଲା ା ତାଙ୍କ ଏସବିଆଇ ୟୋନୋ ଆପ ବ୍ଲକ୍ ହୋଇଯାଇଛି ବୋଲି ଉକ୍ତ ମେସେଜରେ ଲେଖା ହୋଇଥିଲା। ପାନ କାର୍ଡ ଦାଖଲ କରି କେୱାଇସି ଅପଡେଟ କରିବାକୁ ଏଥିରେ କୁହାଯାଇଥିଲା।

ମେସେଜରେ ଦିଆଯାଇଥିବା ଲିଙ୍କ କ୍ଲିକ କରି ୟୋନା ଆପ୍ ଅପଡେଟ କରିବାକୁ କୁହାଯାଇଥିଲା ା ସେହିକ୍ରମରେ ନରସିଂହ ନିଜ ଏସବିଆଇ ଆକାଉଣ୍ଟ ସହ ଜଡିତ ଥିବା ଇଣ୍ଟରନେଟ ବ୍ୟାଙ୍କିଙ୍ଗର ଆଇଡି ଓ ପାସୱାର୍ଡ ଦେଇଥିଲେ ା ଏହାପରେ ତାଙ୍କ ଷ୍ଟେଡବ୍ୟାଙ୍କ ଓଡି ଲୋନ୍-ଆକାଉଣ୍ଟ(ଋଣ ଆକାଉଣ୍ଟ)ରୁ ପ୍ରଥମେ ୨୫୦୦୦ ଟଙ୍କା କଟିଯାଇଥିଲା ା ଏହାର କିଛି ସମୟ ପରେ ପୁଣି ତାଙ୍କ ଆକାଉଣ୍ଟର ୫୦୦୦ ଟଙ୍କା କଟିଯାଇଥିଲା ା ଏହାପରେ ତାଙ୍କ ନିକଟକୁ ଏକ ଫୋନ କଲ ଆସିଥିଲା। କଲ କରିଥିବା ବ୍ୟକ୍ତି ଜଣଙ୍କ ଷ୍ଟେଟବ୍ୟାଙ୍କ କଷ୍ଟମର କେୟାରରୁ କହୁଛି ବୋଲି ଜଣାଇବା ସହ ଟଙ୍କା କଟିବା ବିଷୟରେ ଆଲୋଚନା କରିଥିଲା ା ଟଙ୍କା ଫେରି ପାଇବାକୁ ହେଲେ ନରସିଂହଙ୍କ ମୋବାଇଲକୁ ଯାଇଥିବା ଓଟିପି ଦେବାକୁ ସେହି ବ୍ୟକ୍ତି ଜଣଙ୍କ କହିଥିଲା ା ଟଙ୍କା ଫେରି ପାଇବା ଆଶାରେ ନରସିଂହ ନିଜ ମୋବାଇଲକୁ ଆସିଥିବା ଓଟିପି କହି ଦେଇଥିଲେ ା ଏହାପରେ ନରସିଂହଙ୍କ ମୂଳ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୪୯ ହଜାର ୯୯୯ ଟଙ୍କା କଟିଯାଇଥିଲା ା
ତା’ପରେ ପୁଣି ୪୫୦୦୦ ଟଙ୍କା କଟିଯାଇଥିଲା ା ଏହିପରି କିଛି ସମୟ ଭିତରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୬୦ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ଏହିପରି ଉପାୟରେ ସାଇବର ଠକମାନେ ଲୋନ ଆକାଉଣ୍ଟରୁ ୩୦ ହଜାର ଓ ମୂଳ ଆକାଉଣ୍ଟରୁ ୧ ଲକ୍ଷ ୬୦ ହଜାର ମିଶାଇ ମୋଟ ୧ ଲକ୍ଷ ୯୦ ହଜାର ଟଙ୍କା ନେଇଯାଇଥିଲେ ା ଏ ନେଇ ନରସିଂହ ଷ୍ଟେଟ୍‌ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ା ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଜାତୀୟ ସାଇବର କ୍ରାଇମ ସୂଚନା କେନ୍ଦ୍ର ନିକଟରେ ମଧ୍ୟ ଅଭିଯୋଗ କରିଥିଲେ ା ଗତକାଲି ସେ ଏହି ଠକେଇ ସମ୍ପର୍କରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ତାଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା(କେସ ନଂ ୩/୨୪)ଏକ ମାମଲା ରୁଜୁ ହୋଇଛି।
ଓଟିପି ଦେଇ ହରାଇଲେ…

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories