www.samajalive.in
Sunday, December 14, 2025
15.1 C
Bhubaneswar

ଇରାନରେ ବୋମା ବିସ୍ଫୋରଣ, ୧୦୩ ମୃତ

ତେହରାନ, : ଇରାନର କେରମାନ ସହରରେ ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣରେ ବୁଧବାର ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ଇରାନର ଦିବଂଗତ ସାମରିକ ନେତା ମେଜର ଜେନେରାଲ କାସିମ୍ ସୁଲେମାନିଙ୍କ ଶ୍ରଦ୍ଧାଞ୍ଜଳି ସଭା ନିମନ୍ତେ ସାଧାରଣ ଲୋକେ ଏକାଠି ହୋଇଥିବାବେଳେ ସେଠାରେ ବିସ୍ଫୋରଣ ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ମୁତାବକ ଲୋକଙ୍କ ଭିଡ ମଧ୍ୟରେ ଅଳ୍ପ ସମୟର ବ୍ୟବଧାନରେ ଦୁଇଟି ବିସ୍ଫୋରଣ ଘଟିଥିଲା। ସୁଲେମାନି ୨୦୨୦ରେ ଇରାକର ବାଗଦାଦରେ ଆମେରିକାର ​‌େ​‌ଡ୍ରାନ ଆକ୍ରମଣରେ ପ୍ରାଣ ହରାଇଥିଲେ।

ସୁଲେମାନିଙ୍କ ୪ର୍ଥ ଶ୍ରାଦ୍ଧ ଦିବସରେ ଦେଶବାସୀ ତାଙ୍କ କବରସ୍ଥଳ ନିକଟରେ ଏକାଠି ହୋଇ ଶ୍ରଦ୍ଧାଞ୍ଜଳି ଜଣାଉଥିଲେ। ଏହି ସମୟରେ ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଥିଲେ। ବିସ୍ଫୋରଣରେ ୧୦୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮୮ଜଣ ଆହତ ହୋଇଛନ୍ତି। କେରମାନ ସହରର ଡେପୁଟି ଗଭର୍ଣ୍ଣର ରହେମାନ ଜଲାଲା ଏହାକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ଇରାନର ସରକାରୀ ଗଣମାଧ୍ୟମ ଇସଲାମିକ ରିପବ୍ଲିକ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ମୁତାବକ ସୁଲେମାନିଙ୍କ କବରସ୍ଥଳ ଠାରୁ ଅଧ ମାଇଲ ଦୂରରେ ଏହି ବିସ୍ଫୋରଣ ଘଟିଛି। କବରସ୍ଥଳକୁ ସଂଯୋଗ କରୁଥିବା ଅଧ ମାଇଲ ରାସ୍ତାରେ ହଜାର ହଜାର ସଂଖ୍ୟାରେ ଲୋକେ ଏକାଠି ହୋଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ତେବେ ବେରୁଟ୍‌ରେ ହମାସ ଆତଙ୍କବାଦୀ ସଂଗଠନର ନେତା ସାଲେହ ଅଲ୍‌ ଆରୌରି ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇବାର ଦିନକ ପରେ ଏହି ଆକ୍ରମଣ ଘଟିଛି। ଆରୌରିର ହତ୍ୟା ପାଇଁ ଇସ୍ରାଏଲକୁ ଦାୟୀ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ରିମୋଟ୍‌ କ‌େଣ୍ଟ୍ରାଲ ଯୋଗେ ଏହି ବିସ୍ଫୋରଣ ଘଟାଯାଇଛି। ଡଷ୍ଟବିନ୍ ମଧ୍ୟରେ ବୋମାକୁ ଲୁଚାଇ ରଖାଯାଇଥିବାବେଳେ ରିମୋଟ୍ ଦ୍ବାରା ଏହାକୁ ବିସ୍ଫୋରଣ କରାଯାଇଥିଲା। ଆକ୍ରମଣକାରୀମାନେ ଏକ କାର୍ ଯୋଗେ ଆସି ରିମୋଟ୍ ଦ୍ବାରା ବିସ୍ଫୋରଣ ଘଟାଇଥିଲେ।
ଇରାନରେ ବୋମା…

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories