www.samajalive.in
Saturday, December 13, 2025
21.1 C
Bhubaneswar

ପଦ୍ମପୁରରେ ସତ୍ୟସାଇଙ୍କ ଦିବ୍ୟ ପାଦୁକା ଯାତ୍ରା

ପଦ୍ମପୁର: ସତ୍ୟସାଇ ସେବା ସଂଗଠନ ଓଡ଼ିଶା ଶାଖା ଓ ପଦ୍ମପୁର ଅଞ୍ଚଳର ସାଇଭକ୍ତଙ୍କ ମିଳିତ ଆୟୋଜନରେ ସତ୍ୟସାଇ ବାବାଙ୍କ ଦିବ୍ୟ ପାଦୁକା ଯାତ୍ରା ଅନୁଷ୍ଠିତ ହୋଇଥିଲା। ପୁଟ୍ଟପତିରୁ ଆସିଥିବା ଦିବ୍ୟ ପାଦୁକାଧାରୀ ରଥକୁ ପଦ୍ମପୁର ପଞ୍ଚାୟତର ଜଗମଣ୍ଡା ଗ୍ରାମ ନିକଟରୁ ଶତାଧିକ ମହିଳା ପୁରୁଷ ଭକ୍ତ, କୀର୍ତ୍ତନ ମଣ୍ଡଳି ଗ୍ରାମବାସୀ ସ୍ଵାଗତ କରିଥିଲେ। ସେଠାରୁ ମହିଳାଙ୍କ ବିରାଟ ର୍କଳସଯାତ୍ରା ସହ ଦିବ୍ୟ ପାଦୁକା ରଥ ପଦ୍ମପୁର ସହର ପରିକ୍ରମା କରିଥିଲା। ଦିବ୍ୟ ପାଦୁକା ଦର୍ଶନ କରିବାକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଭକ୍ତଙ୍କ ଭିଡ ଜମିଥିଲା। ପଦ୍ମପୁର ସାଇ ମନ୍ଦିର ପରିସରରେ ଅନ୍ନ ଭୋଜନର ବ୍ୟବସ୍ଥା କରାଯାଇ ସନ୍ଧ୍ୟାରେ ସାଇ ଆରାଧନା କାର୍ଯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ସକାଳୁ ଦିବ୍ୟରଥ ଖମ୍ବରିଗୁଡା, ଲାଉଗୁଡା, ଇନ୍ଦୁପୁର, ଖିଲାପଦର ଅଞ୍ଚଳ ପରିକ୍ରମା କରିବ ବୋଲି ସୂଚନା ମିଳିଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories