ଡେସ୍କ: ରାଷ୍ଟ୍ରୀୟ ଅନୁସନ୍ଧାନ ଏଜେନ୍ସି-ଏନଆଇଏ ଆଜି ରାଜସ୍ଥାନର ଝୁଞ୍ଜୁନରେ ରାଷ୍ଟ୍ରିୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡି ହତ୍ୟା ମାମଲାରେ ଜଣେ ମୁଖ୍ୟ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଏନଆଇଏ କହିଛି ଯେ ପଚରାଉଚରା ବେଳେ ଏହି ମାମଲାରେ ତାଙ୍କର ସନ୍ଦେହଜନକ ଭୂମିକା ଥିବା ଜଣାପଡିଛି ଏବଂ ଅଭିଯୁକ୍ତ କୁଖ୍ୟାତ ଗ୍ୟାଙ୍ଗଷ୍ଟର ରୋହିତ ଗୋଡାରାଙ୍କ ସହ ତାର ଲିଙ୍କ ଥିବା କହିଛି।
ଗତ ବର୍ଷ ଡିସେମ୍ବର ୫ରେ ଜୟପୁର ସ୍ଥିତ ତାଙ୍କ ବାସଭବନରେ ସୁଖଦେବ ସିଂ ଗୋଗାମେଡିଙ୍କ ମୃତ୍ୟୁ ଘଟିଥିଲା। ଏନଆଇଏ ଆଜି ରାଜସ୍ଥାନ ଏବଂ ହରିୟାଣାରେ ଅଭିଯୁକ୍ତଙ୍କ ଘର ଏବଂ ଅନେକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘର, ମୋଟ ୩୧ଟି ସ୍ଥାନରେ ଚଢ଼ାଉ କରିଥିଲା। ଏହି ମାମଲାରେ ଏପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରାଯାଇଛି।



