ଏସ୍‌ସି/ଏସଟି ଆକ୍ଟର କେଉଁ ପରିବର୍ତ୍ତନ ପାଇଁ ହେଲା ଭାରତ ବନ୍ଦ

0

ନୂଆଦିଲ୍ଲୀ:ଏସସି/ଏସଟି ଆକ୍ଟରେ ସୁପ୍ରିମ।କୋର୍ଟ ଦ୍ୱାରା ହୋଇଥିବା ପରିବର୍ତ୍ତନକୁ ବିରୋଧ କରି ସମଗ୍ର ଦେଶରେ ଭାରତ ବନ୍ଦର ଡାକରା ଦିଆଯାଇଛି। ସମଗ୍ର ଦେଶର ଦଳିତ ସଂଗଠନ ଏହି ବନ୍ଦକୁ ସମର୍ଥନ କରୁଥିବାବେଳେ କେନ୍ଦ୍ର ସରକାର ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣିତ ବୋଲି ମତ ରଖିଛନ୍ତି। ୨୦ମାର୍ଚ୍ଚରେ ମହାରାଷ୍ଟ୍ରର ଏକ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ଏସସି ଏସଟି ଆକ୍ଟର ନୂଆ ଗାଇଡ଼ ଲାଇନ ଜାରି କରିଥିଲେ। ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମ-୧୯୮୯ର ଅପବ୍ୟବହାର ଉପରେ ଅଙ୍କୁଶ ଲଗାଇବାକୁ ମାନ୍ୟବର କୋର୍ଟ ଏହି ଆଇନରେ ପରିବର୍ତ୍ତନ ଆଣିଥିଲେ। ଏସସି ଏସଟିଙ୍କ ଦ୍ୱାରା ମାମଲା ପଞ୍ଜିକୃତ ହେବା ମାତ୍ରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାର ନିୟମ ରହିଥିଲା। କୋର୍ଟ ଏଭଳି ନିୟମକୁ କୋହଳ କରି ଏଫଆଇଆର ପରେ ଏହା ଜଣେ ଡିଏସପି ର୍ୟାଙ୍କର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯାଇ ତା’ ପରେ ଗିରଫ କରିବାକୁ ନିର୍ଦେଶ ଜାରି କରିଛନ୍ତି। ଏହି ଆଇନ ଗଠନ ସମୟରେ ଏହାର ଅପବ୍ୟବହାର ସମ୍ପର୍କରେ ଦୃଷ୍ଟି ଦିଆଯାଇ ନଥିଲା। ଫଳରେ ଦେଶରେ ଏହି ଆଇନକୁ ଅପବ୍ୟବହାର କରାଯାଇ ବହୁ ନିରୀହ ବ୍ୟକ୍ତିଙ୍କୁ ଜେଲ ହାଜତରେ କାଳତାପିତ କରିବାକୁ ପଡ଼ୁଛି। ସୁପ୍ରିମ କୋର୍ଟର ଗାଇଡ଼ ଲାଇନରେ ସରକାରୀ କର୍ମଚାରୀଙ୍କୁ ମଧ୍ୟ ସାମିଲ କରାଯାଇଛି। ସରକାରୀ କର୍ମଚାରୀ ଏହି ଆଇନର ଅପବ୍ୟବହାର କଲେ ତାଙ୍କୁ ମଧ୍ୟ ବିଭାଗୀୟ ତଦନ୍ତ ସମେତ କୋର୍ଟ ଅବମାନନାର ଶିକାର ହେବାକୁ ପଡ଼ିବ ବୋଲି ସୁପ୍ରିମ କୋର୍ଟ ଗାଇଡ଼ ଲାଇନରେ ସ୍ପଷ୍ଟ କରାଯାଇଛି। ଏହା ବ୍ୟତୀତ ଏହି ମାମଲାର ଶିକାର ବ୍ୟକ୍ତିଙ୍କୁ ଜାମିନ ପ୍ରଦାନକୁ କୋହଳ କରିଛନ୍ତି ସୁପ୍ରିମ କୋର୍ଟ।

Leave A Reply