www.samajalive.in
Saturday, December 6, 2025
16.1 C
Bhubaneswar

ନବବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ଭେଟି ; ନୂଆବର୍ଷରେ ଏହି ଖୁସି ଓ ଆନନ୍ଦ ସବୁ ଦିନ ରହୁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନବବର୍ଷ ସୋମବାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତିକ୍ଷୀତ ବାରଙ୍ଗ ରତାଗଡଠାରେ ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଭୁବନେଶ୍ୱରରୁ ତ୍ରିଶୁଳିଆ ଯାଏଁ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌‌ ଶୋ’ କରିଛନ୍ତି। ମେଟ୍ରୋ ପ୍ରକଳ୍ପ ପାଇଁ ମୋଟ ୬୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ।
ଏହି ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉଦ୍‌‌ବୋଧନ ଦେଇଛନ୍ତି। ରାଜ୍ୟବାସୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇ କହିଛନ୍ତି, ମେଟ୍ରୋ ହେଉଛି, ଆପଣମାନେ ଖୁସି ତ? ଜାତି ଇତିହାସରେ ଆଜିର ଦିନଟି ସ୍ମରଣୀୟ ହୋଇ ରହିବ। ଯୋଗାଯୋଗ କ୍ଷେତ୍ରରେ ବଡ ରୂପାନ୍ତର ଆସିବ। ମେଟ୍ରୋର ଏହି ରୂପାନ୍ତର ଆହୁରି ଆଗକୁ ନେବ। କଟକ-ଭୁବନେଶ୍ୱର ମଧ୍ୟରେ ସମ୍ପର୍କକୁ ମଜଭୂତ କରିବ। ପୁରୁଣା ଓ ନୂଆ ରାଜଧାନୀ ସମ୍ପର୍କକୁ ମଜଭୂତ କରିବ। ୪ ବର୍ଷରେ ପ୍ରକଳ୍ପ କାମ ସାରିବା ଲକ୍ଷ୍ୟ।ଲୋକଙ୍କ ଆନନ୍ଦ ବହୁତ ଖୁସି ଦେଇଛି। ନୂଆବର୍ଷରେ ଏହି ଖୁସି ଓ ଆନନ୍ଦ ସବୁ ଦିନ ରହୁ। ମହାପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତିା ମେଟ୍ରୋ ରେଳ ପାଇଁ ପ୍ରତିଶ୍ରୁତି ଦେଇଥିଲି,ପୂରଣ କରୁଛି। ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ ଲାଗି ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିକାଶର ପର୍ବ ଆପଣଙ୍କ ସହଯୋଗରେ ଆହୁରି ଆଗକୁ ବଢୁ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି।

 

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories