www.samajalive.in
Wednesday, December 10, 2025
23.1 C
Bhubaneswar

ଦିଲ୍ଲୀରେ ଗଡ଼ିବ ଓଡ଼ିଶା ପ୍ରଜ୍ଞାପନ ମେଢ଼

ଭୁବନେଶ୍ବର, ୨୯।୧୨(ନି.ପ୍ର): ସାରା ବିଶ୍ବ ଦେଖିବ ଓଡ଼ିଶା କଳା-ସଂସ୍କୃତିର ଝଲକ ଓ ମହାନ ପରମ୍ପରା, ଐତିହ୍ୟ। ଏଥର ଦିଲ୍ଲୀରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଶୁକ୍ରବାର ଦିଲ୍ଲୀରେ ଅନୁ‌ଷ୍ଠିତ ୪ର୍ଥ ବୈଠକରେ ଏଭଳି ସୂଚନା ମିଳିଛି।
ଦୀର୍ଘ ତିନି ବର୍ଷର ନିରାଶା ପରେ ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ଦିଲ୍ଲୀ ଦରବାରରେ ଦେଖିବାକୁ ମିଳିବ। ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପରେଡ୍‌ରେ ଓଡ଼ିଶାର ମେଢ଼ ସ୍ଥାନ ପାଇଛି। ବିକଶିତ ଭାରତ ପ୍ରସଙ୍ଗକୁ ନେଇ ଓଡ଼ିଶା ପକ୍ଷରୁ ୪ଟି ଡିଜାଇନ ଦିଆଯାଇଥିଲା। ଏଥିରେ ରଘୁରାଜପୁର ଗାଁର ଡିଜାଇନକୁ କେନ୍ଦ୍ର ମୋହର ମାରିଥିବାବେଳେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯିବ। ଶିଳ୍ପୀଗ୍ରାମ ରଘୁରାଜପୁରରେ କିପରି ଅନାବଶ୍ୟକ ସାମଗ୍ରୀରୁ ବିଭିନ୍ନ କଳାକୃତି ପ୍ରସ୍ତୁତ କରି ଶିଳ୍ପୀ ପରିଚିତ ହୋଇଛନ୍ତି ଏବଂ ରଘୁରାଜପୁର କିଭଳି ବିକଶିତ, ସାରା ବିଶ୍ବରେ କଳା ପାଇଁ ଆଦୃତ ହୋଇପାରିଛି ତାହା ଏଥିରେ ଦର୍ଶାଯାଇଛି। ବି‌େ‌ଶଷକରି ନାରୀ ଶକ୍ତି ଏଠାରେ ଅଧିକ ସକ୍ରିୟ ରହି କିପରି ବିଭିନ୍ନ କଳା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହା ମଧ୍ୟ ଏଥିରେ ସ୍ଥାନ ପାଇବ। ବିଶିଷ୍ଟ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହାକୁ ପ୍ରସ୍ତୁତ କରିବେ ଶିଳ୍ପୀ କୀର୍ତ୍ତିକିଶୋର ମହାରଣା। ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ବାବଧାନରେ ପ୍ରଜ୍ଞାପନ ମେଢ କାର୍ଯ୍ୟ ତ୍ବରାନ୍ବିତ ହେଉଛିା ମେଢ଼ର ସମ୍ମୁଖ ଭାଗରେ କନ୍ଦର୍ପ ହାତୀର ପ୍ରତିକୃତି ରହିବା ସହିତ ପଛଭାଗରେ ରଘୁରାଜପୁର ଗାଁରେ କିଭଳି ନାରୀଶକ୍ତି କଳା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହା ସ୍ଥାନ ପାଇବ। ମେଢ଼ ସହିତ ସମ୍ବଲପୁରୀ ନୃତ୍ୟ-ସଙ୍ଗୀତ ରହିବ। ଆଗାମୀ ବୈଠକରେ ଏଦିଗରେ ଅଧିକ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।
ବିଗତ ତିନି ବର୍ଷ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦିଲ୍ଲୀ ଦରବାରରେ ଗଡ଼ିନଥିବାବେଳେ ୨୦୨୦ରେ ଶେଷ ଥର ପାଇଁ ଗଡ଼ିଥିଲା। ଯେଉଁଥିରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଗଡ଼ିଥିଲା। ସାରା ଦେଶରେ ଓଡ଼ିଶା ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କାର ହାତେଇ ଥିଲା।

Hot this week

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

Related Articles

Popular Categories