www.samajalive.in
Tuesday, December 9, 2025
23.1 C
Bhubaneswar

ସିଫାରେ ମତ୍ସ୍ୟ ଜାଆଁଳ ଉତ୍ପାଦନ କର୍ମଶାଳା ଉଦ୍‌‌ଯାପିତ

ପିପିଲି: କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଠାରେ ‘ଓଡ଼ିଶାରେ ଉଚ୍ଚମାନର ମତ୍ସ୍ୟ ଜାଆଁଳ ଉତ୍ପାଦନ – ଆଗାମୀ ରୂପରେଖ’ ଶୀର୍ଷକ ଦୁଇଦିନିଆ ପରାମର୍ଶିୟ କର୍ମଶାଳା ବୁଧବାର ଉଦ୍‌‌ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ ଆଦି ରାଜ୍ୟର ଶତାଧିକ ମତ୍ସ୍ୟଚାଷୀ, ମତ୍ସ୍ୟ ଉଦ୍ୟୋଗୀଙ୍କ ସମେତ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ, ଏନ୍‌‌ଏଫ୍‌‌ବିବି, କୃଷି ବିଜ୍ଞାନ କେନ୍ଦ୍ର ଓ ସିଫାର ବୈଜ୍ଞାନିକମାନେ ଯୋଗ ଦେଇଥିଲେ।

ଏହାକୁ ସିଫାର ନିର୍ଦ୍ଦେଶକ ଡଃ ପ୍ରମୋଦ କୁମାର ସାହୁ ଉଦ୍‌‌ଘାଟନ କରିବା ଅବସରରେ କର୍ମଶାଳାର ଲକ୍ଷ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏନ୍‌‌ଏଫ୍‌‌ବିବିର ସହଯୋଗରେ କୃଷକ, କୃଷିଉଦ୍ୟୋଗୀ ମାନେ ହାଚେରୀର ସୁପରିଚାଳନା କରିବା ସହିତ ଉନ୍ନତ ମାନର ଜାଆଁଳ ଉତ୍ପାଦନ କରିବାର କୌଶଳ ଉଦ୍‌‌ଭାବନ କରିବାକୁ ସେ ଆହ୍ୱାନ ଦେଇଥିଲେ। ସରକାରୀ ଓ ବେସରକାରୀ ସ୍ତରରେ ଥିବା ମଲ୍ଟିପ୍ଲାୟର ୟୁନିଟ୍‌‌ ମାଧ୍ୟମରେ ଉନ୍ନତମାନର ମାଛ ଜାଆଁଳ ଉତ୍ପାଦନ କରି ମତ୍ସ୍ୟଚାଷୀମାନଙ୍କୁ ସ୍ୱାବଲମ୍ବୀ କରାଇବା ଏହି କର୍ମଶାଳାର ଲକ୍ଷ୍ୟ ବୋଲି ସେ କହିଥିଲେ। ଓଡ଼ିଶାରେ ଶୀତଳ ଜଳରେ ମାଛଚାଷ କରିବା ପାଇଁ ସିଫା ପକ୍ଷରୁ ଗବେଷଣା କରାଯାଉଥିବା ସଂପର୍କରେ ସେ ସୂଚନା ଦେଇ ପୋଖତା ମାଛର ଖାଦ୍ୟ, ସ୍ପନ୍‌‌ ପାଇଁ ଖାଦ୍ୟ ଏବଂ ମାଛରୋଗର କିପରି ସଫଳ ପ୍ରତିକାର କରାଯାଇପାରିବ ସେ ସଂପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ। ମାଛଗୁଡ଼ିକ ମଧ୍ୟରେ ବିଭିନ୍ନତା ଆଣିବା ପାଇଁ ସିଫା କାର୍ଯ୍ୟକରୁଛି ବୋଲି ବିଭାଗୀୟ ମୁଖ୍ୟ ତଥା କର୍ମଶାଳାର ସଂଯୋଜକ ଡଃ ପି. ସି. ଦାସ ପ୍ରକାଶ କରିଥିଲେ। ସିଫାର ମତ୍ସ୍ୟ ଅନୁବଂଶୀୟ ବିଭାଗୀୟ ମୁଖ୍ୟ ତଥା ସହସଂଯୋଜକ ଡଃ ଜେ. କେ. ସୁନ୍ଦରାୟ ନିଜ ଅଭିଭାଷଣରେ କହିଥିଲେ ଯେ, ମତ୍ସ୍ୟ ଉପଭୋକ୍ତା ରେଖାଚିତ୍ରରେ ଓଡ଼ିଶାର ସ୍ଥାନ ଚତୁର୍ଥ ଥିବା ବେଳେ ଉଚ୍ଚମାନର ମାଛ ଜାଆଁଳ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ହାଚେରୀ ପରିଚାଳକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସେହି ସମସ୍ୟା ଗୁଡ଼ିକର ସମାଧାନ କରିବାର ଉପାୟ ନିର୍ଣ୍ଣୟ କରିବା ଏହି କର୍ମଶାଳାର ଲକ୍ଷ୍ୟ ବୋଲି ଡଃ ସୁନ୍ଦରାୟ ପ୍ରକାଶ କରିଥିଲେ। ଏହି କର୍ମଶାଳାର ଉଦ୍‌‌ଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଉପ-ମହାନିର୍ଦ୍ଦେଶକ ଡଃ ଜେ. କେ. ଜେନା ଯୋଗଦେଇ ନିଜ ଅଭିଭାଷଣରେ କୃଷକ, ମହିଳା ମତ୍ସ୍ୟ କୃଷିଜୀବି, ଉଦ୍ୟୋଗୀ ଓ ହାଚେରୀ ପରିଚାଳକମାନେ ଏଭଳି କର୍ମଶାଳାରେ ଯୋଗଦାନ କରି ଜ୍ଞାନର ପରିସୀମା ବୃଦ୍ଧି କରିବା ସହିତ ରୋଜଗାର ଦ୍ୱିଗୁଣ କରି ପାରିବେ ବୋଲି ଆଶା ପ୍ରକାଶ କରିଥିଲେ। ଏହି ଅବସରରେ ଏକ ପ୍ରଶିକ୍ଷଣ ପୁସ୍ତିକା ଉନ୍ମୋଚନ କରାଯାଇଥିଲା।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories