୪୫୦ କୋଟିର ଦୁର୍ନୀତି ଅଭିଯୋଗ ; ଅମୂଲ ଡାଏରୀ ଏମ୍‌ଡିଙ୍କ ଇସ୍ତଫା

0

ଆନନ୍ଦ  : ଅମୂଲ ଡାଏରୀ ବା ଗୁଜରାଟ ଆନନ୍ଦ କଇରା ଜିଲା ସମବାୟ ଦୁଗ୍‌ଧ ଉତ୍ପାଦନକାରୀ ସଂଘ ଲିମିିଟେଡ୍‌ (କେଡିସିଏମ୍‌ପିୟୁଏଲ୍‌)ର ଏମ୍‌ଡିଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିଛି। ଅମୂଲ ଡାଏରୀ ଏମ୍‌ଡି କେ. ରତ୍ନମଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ଆସିବା ପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଶନିବାର ଅନୁଷ୍ଠିତ କମ୍ପାନୀର ବୋର୍ଡ ବୈଠକରେ ରତ୍ନମ୍‌ଙ୍କ ଇସ୍ତଫା ଗ୍ରହଣ କରାଯାଇଥିବା ଦୁଗ୍‌ଧ ସମବାୟର ଅଧ୍ୟକ୍ଷ ରାମସିନ୍‌ ପରମାର କହିଛନ୍ତି। ଡାଏରୀରେ ନିଲାମ ଏବଂ ନିୟୋଜନ କ୍ଷେତ୍ରରେ ରତ୍ନମ୍‌ ୪୫୦ କୋଟି ଟଙ୍କାର ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି।
ରତ୍ନମଙ୍କ ଉପରେ ଲଗାଯାଇଥିବା ଅଭିଯୋଗକୁ ପରମାର ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ରତ୍ନମ୍‌ ଏହି ଅଭିଯୋଗକୁ ଭିତ୍ତି କରି ନୁହେଁ ବରଂ ପାରିବାରିକ କାରଣକୁ ନେଇ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ କମ୍ପାନୀର ସିନିୟର ଜେନେରାଲ ମ୍ୟାନେଜର (ଯୋଜନା ଏବଂ ବିପଣନ) ଜୟେନ୍‌ ମେହେଟ୍ଟାଙ୍କୁ କାଇରା ଦୁଗ୍‌ଧ ସଂଘର ଏମ୍‌ଡି ପଦଭାର ଦିଆଯାଇଛି।

Leave A Reply