ୟୁକୋ ବ୍ୟାଙ୍କରେ ୧୯ କୋଟି ଋଣ ଜାଲିଆତି

0

ବେଙ୍ଗାଲୁରୁ  :ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ଆଜି ଆଉ ଏକ ବ୍ୟାଙ୍କ ଋଣ ଜାଲିଆତି ଘଟଣାର ପର୍ଦାଫାସ ହୋଇଛି। ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କରେ ୧୯.୦୩ କୋଟି ଟଙ୍କାର ଋଣ ଜାଲିଆତି କରାଯାଇଛି। ବାସଗୃହ ଏବଂ ପ୍ରପର୍ଟି ଋଣ ଯୋଜନା କ୍ଷେତ୍ରରେ ଏହି ଜାଲିଆତି କରାଯାଇଛି। ବ୍ୟାଙ୍କ ପକ୍ଷରୁ ୧୮ ଜଣ ଋଣକର୍ତ୍ତାଙ୍କୁ ଏଥିରେ ଋଣ ମଞ୍ଜୁର କରାଯାଇଛି। ମାର୍ଚ୍ଚ ୨୭ରେ ୟୁକୋ ବ୍ୟାଙ୍କ ପକ୍ଷରୁ ଅଭିଯୋଗ କରାଯିବା ପରେ ଏହି ଜାଲିଆତି ଘଟଣା ପଦାକୁ ଆସିଛି। ଅଭିଯୋଗ ପରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି (ସିବିିଆଇ) ପକ୍ଷରୁ ଏ ନେଇ ମାମଲା ରୁଜୁ କରାଯାଇଛି। ଘଟଣାରେ ସିବିଆଇ ମାର୍ଚ୍ଚ ୨୯ରେ ୫ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଏହି ୫ ବ୍ୟକ୍ତି ହେଉଛନ୍ତି, ୟୁକୋ ବ୍ୟାଙ୍କର ଜୟନଗର ଶାଖା ପରିଚାଳକ କେ.ଆର୍‌. ସରୋଜା, ମଧ୍ୟସ୍ଥ ବି.ଏସ୍‌. ଶ୍ରୀନାଥଙ୍କ ସହ ୩ ଅନୁମୋଦିତ ମୂଲ୍ୟାଙ୍କନକାରୀ ହେଉଛନ୍ତି, ଜମ୍ବୁନାଥ ଏବଂ ଦୁଇ ବେଙ୍ଗାଲୁରୁଭିତ୍ତିକ କମ୍ପାନୀର ସ୍ୱତ୍ୱାଧିକାରୀ ଗୋପୀନାଥ ଆର୍‌ ଅଗ୍ନିହୋତ୍ରୀ ଏବଂ ଏନ୍‌. ଭେଙ୍କଟେଶ।

Leave A Reply