www.samajalive.in
Friday, December 12, 2025
16.1 C
Bhubaneswar

ଜାତୀୟ ୧୯ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳର ସହ ପ୍ରଶିକ୍ଷକ ହେଲେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ

କଟକ: ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଜାତୀୟ ମହିଳା ଫୁଟବଲର ଆଉ ଏକ ଗୁରୁଦାୟିତ୍ବ ମିଳିଛି। ଶ୍ରଦ୍ଧାଞ୍ଜଳି ଭାରତୀୟ ୧୯ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳର ସହ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଏଆଇଏଫଏଫ ପକ୍ଷରୁ ଗୋଆରେ ଚଳିତ ଡିସେମ୍ବର ୨୬ରୁ ଆୟୋଜିତ ହେବାକୁ ଥିବା ଭାରତୀୟ ୧୯ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳର ଶିବିରରେ ଶ୍ରଦ୍ଧାଞ୍ଜଳି ସହ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ଶ୍ରଦ୍ଧାଞ୍ଜଳି ଗତ ୫ବର୍ଷ ​‌େ​‌ହବ ଜାତୀୟ ମହିଳା ଫୁଟବଲ ଦଳର ପ୍ରଶିକ୍ଷକ ଓ ସହ ପ୍ରଶିକ୍ଷକ ଦାୟିତ୍ବ ସହ ମନୋନୟନକାରୀ ଦାୟିତ୍ବ ତୁଲାଉଛନ୍ତି। ଗତ ୪ ବର୍ଷ ହେବ ୧୭ ବର୍ଷରୁ କମ୍‌ ଜାତୀୟ ମହିଳା ଫୁଟବଲ ଦଳର ସହ ପ୍ରଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି। ଭାରତୀୟ ୧୯ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳର ସହ ପ୍ରଶିକ୍ଷକ ନିଯୁକ୍ତ ହୋଇଥିବା ଶ୍ରଦ୍ଧାଞ୍ଜଳିଙ୍କୁ ଫୁଟବଲ ଆସୋସିଏସନ ଅଫ୍‌ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଶୁଭେଚ୍ଛା ଜଣାଇଛନ୍ତି।

୧୦ ଡିଗ୍ରୀ ତଳେ ୮ ସହର, କୋରାପୁଟ ସବୁଠୁ ଥଣ୍ଡା

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories