www.samajalive.in
Saturday, December 6, 2025
14.1 C
Bhubaneswar

ଆଉ ରହିବନି ଧନର ଅଭାବ ; ନବବର୍ଷରେ କରନ୍ତୁ ଏହି ୩ଟି ସରଳ ଉପାୟ

ଟଙ୍କା ରୋଜଗାର କରିବା ପାଇଁ ଓ ଏହାକୁ ସଞ୍ଚୟ କରିବା ପାଇଁ ସଭିଏଁ ସର୍ବଦା ଚେଷ୍ଟା କରିଥାଆନ୍ତି। ମାତ୍ର ଅନେକ ଚେଷ୍ଟା କରିବା ସତ୍ତେ୍ୱ ଟଙ୍କା ସଠିକ୍‌‌ ଭାବେ ସଞ୍ଚୟ ନହେବା ସହ ଅଯଥାରେ ଖର୍ଚ୍ଚ ହୋଇଥାଏ। ତେବେ ଏହି ସମସ୍ୟା ଲାଗି ରହୁଥିଲେ ନବବର୍ଷ ୨୦୨୪ ର ପ୍ରଥମ ଦିନ କିମ୍ବା ଏହା ପୂର୍ବରୁ କିଛି ସରଳ ଧାର୍ମିକ ଉପାୟ ଆପଣାନ୍ତୁ। ଏହାଦ୍ୱାରା ଟଙ୍କା ଅଯଥାରେ ଖର୍ଚ୍ଚ ନହେବା ସହ ଆର୍ଥିକ କ୍ଷେତ୍ରରେ ବୃଦ୍ଧି ହୋଇଥାଏ।
ନବବର୍ଷର ପୂର୍ବଦିନ ଧନର ଦେବୀ ମା’ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ। ପୂଜା ସମୟରେ ମା’ଙ୍କୁ ଅକ୍ଷତ ଅର୍ପଣ କରନ୍ତୁ। ପୂଜା କରିବା ପରେ ଏକ ଲାଲ କପଡାରେ ଏହି ଅକ୍ଷତକୁ ବାନ୍ଧି ଆଲମିରାରେ ରଖନ୍ତୁ। ଏହାଦ୍ୱାରା ଧନ ପ୍ରାପ୍ତି ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମା’ଲକ୍ଷ୍ମୀଙ୍କୁ କଉଡି ଅର୍ପଣ କରନ୍ତୁ। ଏହାଦ୍ୱାରା ଧନ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ। ମା’ଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ୭ଟି କଉଡି ଅର୍ପଣ କରନ୍ତୁ। ଧନ, ସୁଖସମୃଦ୍ଧି, ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ପୂଜା ପରେ ଏହି କଉଡିକୁ ଆଲମିରାରେ ରଖନ୍ତୁ।
ନଡିଆର ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ଅନେକ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ଆର୍ଥିକ କ୍ଷେତ୍ରରେ ଚିନ୍ତିତ ଥିଲେ, ମା’ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସମୟରେ ନଡିଆ ଅର୍ପଣ କରନ୍ତୁ। ଏହାକୁ ମଧ୍ୟ ଆଲମିରାରେ ରଖି ପାରିବେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories