www.samajalive.in
Saturday, December 6, 2025
16.1 C
Bhubaneswar

ଶୁକ୍ରବାର କେସର ଖିରି ପ୍ରସ୍ତୁତ କରି ଭୋଗ କଲେ ; ମିଳିଥାଏ ମା’ଲକ୍ଷ୍ମୀଙ୍କ କୃପା

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବ ଅଥବା ଶୁକ୍ର ଗ୍ରହଙ୍କୁ ସୁଖସମୃଦ୍ଧିର କାରକ ବୋଲି କୁହାଯାଏ। ଶୁକ୍ରଗ୍ରହଙ୍କୁ ପ୍ରେମ ସମ୍ବନ୍ଧର କାରକ ବୋଲି ମଧ୍ୟ କୂୁହାଯାଏ। ଶୁକ୍ରଙ୍କ ଶୁଭଫଳ ପ୍ରାପ୍ତି ପାଇଁ ଶୁକ୍ରବାର ଖୁବ ଶୁଭ ଦିନ ବୋଲି ମାନ୍ୟତା ରହିଛି। ଶୁକ୍ରଙ୍କ କୃପାରୁ ସୁଖଶାନ୍ତି, ସମୃଦ୍ଧି, ବୈଭବ ଓ ଘରେ ଆର୍ଥିକ ଉନ୍ନତି ହୋଇଥାଏ। ତେବେ ଜାଣନ୍ତୁ ଶୁକ୍ରବାର ପାଇଁ କିଛି ସରଳ ଉପାୟ..
ଶୁକ୍ରବାର ଦିନ ପ୍ରାତଃ ସମୟରେ ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ମା’ଲକ୍ଷ୍ମୀଙ୍କୁ ପ୍ରଣାମ କରନ୍ତୁ। ମା’ଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ପଦ୍ମ ଫୁଲ ଅର୍ପଣ କରନ୍ତୁ।
ଶୁକ୍ରବାର ଦିନ ଖିରି ପ୍ରସ୍ତୁତ କରି ସେଥିରେ କିଛି କେସର ପକାନ୍ତୁ। ଏହାପରେ ମା’ଲକ୍ଷ୍ମୀଙ୍କ ନିକଟରେ ଏହି ଖିରୀ ଭୋଗ କରନ୍ତୁ। ଆଉ କିଛି ଖିରୀକୁ ୩ଟି ଶିଶୁ କନ୍ୟାକୁ ଖାଇବାକୁ ଦିଅନ୍ତୁ। ଏହାସହ କିଛି ଦକ୍ଷିଣା ଓ ହଳଦିଆ ବସ୍ତ୍ର ମଧ୍ୟ ଦିଅନ୍ତୁ। ଏହା ଦ୍ୱାରା ମା’ଙ୍କ ଖୁବ କୃପା ମିଳିଥାଏ।
ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଶୁକ୍ରବାର ଦିନ ପକ୍ଷୀଯୁଗଳଙ୍କ ସୋ ପିସ୍‍ ଆଣି ଶୟନ କକ୍ଷରେ ରଖନ୍ତୁ।
ଶୁକ୍ରବାର ଦିନ ଧବଳ ବସ୍ତ୍ର,ଅତର (ପରଫ୍ୟୁମ) ଆଦି ଦାନ କରନ୍ତୁ। ଏହାଛଡା ନିଜେ ମଧ୍ୟ ପରଫ୍ୟୁମ ବ୍ୟବହାର କରନ୍ତୁ।
ଜାତକରେ ଶୁକ୍ରଙ୍କ ଉତ୍ତମ ସ୍ଥିତି ପାଇଁ ଶୁକ୍ରବାର ଦିନ ଶୁକ୍ର ସ୍ତୋତ୍ର ପାଠ କରନ୍ତୁ। ଏହାଦ୍ୱାରା ଶୁକ୍ରଙ୍କ ଉତ୍ତମ ଓ ଶୁଭଫଳ ପ୍ରାପ୍ତି ହୋଇଥାଏ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories