BJD Bijuli 480×75 Mob

ଅଶ୍ଳୀଳ କଲ୍‌ରେ ରୋଜଗାର କରୁଥିଲା ଟଙ୍କା-ଯାଜପୁର ନେଉଳପୁରରୁ ଗିରଫ କାଶ୍ମୀରର ସନ୍ଦିଗ୍ଧ ସୟଦ ଇଶାନ୍‌ ବୁଖାରୀ

BJD Bijuli 480×75 Mob

ଭୁବନେଶ୍ବର,  : ଯାଜପୁର ନେଉଳପୁରରୁ ଗିରଫ କାଶ୍ମୀରର ସନ୍ଦିଗ୍ଧ ସୟଦ ଇଶାନ୍‌ ବୁଖାରୀକୁ ନେଇ ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି। କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍‌ଟିଏଫ୍‌) ଯେତିକି ଖୋଳତାଡ଼ କରୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦ୍ବିତୀୟ ଦିନ ଜେରାବେଳେ ସାଙ୍ଘାତିକ ସତ ସାମ୍ନାକୁ ଆସିଛି।

ଏକ ଆପ୍‌ ଜରିଆରେ ଏକାଧିକ ଯୁବତୀଙ୍କ ସହ ସେ ସମ୍ପର୍କ ରଖିଥିଲା। କାହାକୁ ଡାକ୍ତର କହି ଫସାଉ ଥିଲା ତ’ ଆଉ କାହାକୁ ପିଏମ୍‌ଓ କାର୍ଯ୍ୟାଳୟର କର୍ମଚାରୀ କହି କଥା ହେଉଥିଲା। ଯେଉଁମାନେ ତା’ ଜାଲରେ ଫସୁଥିଲେ, ସେମାନଙ୍କୁ ନ୍ୟୁଡ୍‌ କଲ୍‌ରେ ଗ୍ରାହକକୁ ଖୁସି କରେଇବା ପାଇଁ ବାଧ୍ୟ କରୁଥିଲା। ଏଥିପାଇଁ ବୁଖାରୀ ଗ୍ରାହକଙ୍କ ପାଖରୁ ମୋଟା ଅଙ୍କର ଟଙ୍କା ନେଉଥିଲା। ତା’ର ଏହି କାରବାରରେ ଓଡ଼ିଶାର ଦୁଇଜଣ ଯୁବତୀ ଥିବା ଏସ୍‌ଟିଏଫ୍‌ ସୂଚନା ପାଇଛି। ବୁଖାରୀ ପ୍ରେମ କାହାଣୀର ଗୁମର ଖୋଜୁଛି ତଦନ୍ତକାରୀ ସଂସ୍ଥା। ୭ଜଣଙ୍କୁ ବିବାହ କରିଥିବା ବେଳେ ଏକାଧିକ ଯୁବତୀଙ୍କ ସହ ସେ ସାମାଜିକ ଗଣମାଧ୍ୟମରେ ରୀତିମତ ସମ୍ପର୍କ ରଖିଥିଲା। ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ତା’ର ଅପରାଧ ସାମ୍ରାଜ୍ୟ ସମ୍ପର୍କରେ ଏସ୍‌ଟିଏଫ୍‌ ଖୋଳତାଡ଼ ଆରମ୍ଭ କରିଛି। ବୁଖାରୀର ଅପରାଧ ସାମ୍ରାଜ୍ୟ ପାକିସ୍ତାନରୁ ନେପାଳ, କାଶ୍ମୀରରୁ ଓଡ଼ିଶାକୁ ଲମ୍ବିଛି। ଓଡ଼ିଶା, କାଶ୍ମୀର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ୭ଜଣଙ୍କୁ ସେ ବିବାହ କରିଛି। ବଡ଼ ଘରର ଝିଅଙ୍କୁ ବୁଖାରୀ ନିଜ ଜାଲରେ ଫସାଇବାକୁ ଯୋଜନା କରୁଥିଲା। ବିବାହ ପରେ ସମସ୍ତଙ୍କଠାରୁ ସେ ଟଙ୍କା ଲୁଟିଥିବା ତଦନ୍ତ ବେଳେ ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ଯେଉଁସବୁ ରାଜ୍ୟରେ ବୁଖାରୀର ପତ୍ନୀ ଅଛନ୍ତି, ସେସବୁ ରାଜ୍ୟ ପୁଲିସ ସହ ତଦନ୍ତକାରୀ ସଂସ୍ଥା ଯୋଗାଯୋଗ କରିବ।

ସେମାନଙ୍କୁ ବିବାହ କରି କ’ଣ ଚାହୁଁଥିଲା ସେନେଇ ଗୁରୁତ୍ୱ ଦେଇଛି ତଦନ୍ତକାରୀ ଦଳ। ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ପତ୍ନୀଙ୍କୁ ମଧ୍ୟ ଜେରା କରାଯିବ ବୋଲି ଏସ୍‌ଟିଏଫ ପକ୍ଷରୁ ସୂଚନା ରହିଛି। କେବେଠାରୁ ଅଭିଯୁକ୍ତ ଯୁବତୀଙ୍କୁ ଠକୁଥିଲା ? ଠକେଇ ଟଙ୍କା କେଉଁଠି ବିନିଯୋଗ ହୋଇଛି ? ଯୁବତୀଙ୍କୁ ନେଇ କିଛି ଦେଶବିରୋଧୀ କାର୍ଯ୍ୟରେ ବ୍ୟବହାର କରୁଥିଲା କି ? କେଉଁ କେଉଁ ଆକାଉଣ୍ଟରୁ ବୁଖାରୀର ଆକାଉଣ୍ଟକୁ ଟଙ୍କା ଆସିଛି। ଏବେସୁଦ୍ଧା ତା’ର ୯ଟି ଆକାଉଣ୍ଟ ଜବତ ହୋଇଥିବାବେଳେ କାରବାର ସଂକ୍ରାନ୍ତ ତଥ୍ୟ ଜାଣିବା ପାଇଁ ତଦନ୍ତକାରୀ ସଂସ୍ଥା ଏଫ୍‌ଆଇୟୁକୁ ଚିଠି ଲେଖିଛି।

Comments are closed.