www.samajalive.in
Sunday, December 14, 2025
26.1 C
Bhubaneswar

୩୦ରେ ପଦ୍ମପୁର ଜିଲା ଘୋଷଣା !

ଭୁବନେଶ୍ବର : ପଦ୍ମପୁରବାସୀଙ୍କ ବହୁ ପ୍ରତୀକ୍ଷିତ ଦାବି ପୂରଣ ହେବାକୁ ଯାଉଛି। ଚଳିତ ଡିସେମ୍ବର ୩୦ରେ ବରଗଡ଼ ଜିଲା ଅଧୀନରେ ଥିବା ପଦ୍ମପୁର ଉପଖଣ୍ଡକୁ ଜିଲା ମାନ୍ୟତା ପ୍ରଦାନ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଛି। ନୂତନ ପଦ୍ମପୁର ଜିଲାପାଳଙ୍କ କାର୍ଯ୍ୟାଳୟ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ମଧ୍ୟ ଚିହ୍ନଟ ସରିଛି। ଆସନ୍ତା ୩୦ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନୂଆ ଯୋଜନା ବିଧିବଦ୍ଧ ଭାବେ ଘୋଷଣା କରିବେ। ନୂଆ ଜିଲା ଘୋଷଣା ପାଇଁ ଆନୁଷଙ୍ଗିକ ପ୍ରସ୍ତୁତି ଚାଲିଛି।

ସୂଚନାଯୋଗ୍ୟ ଯେ ଗତ ୪ତାରିଖରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ୧୧ଜଣିଆ ଉଚ୍ଚସ୍ତରୀୟ କମିଟି ପଦ୍ମପୁରକୁ ଯାଇ ସମ୍ଭାବ୍ୟ ପ୍ରଶାସନିକ ମୁଖ୍ୟାଳୟ ସ୍ଥାନ ବୁଲି ଦେଖିଥିଲେ। କମିଟି ଜିଲାପାଳଙ୍କ କାର୍ଯ୍ୟାଳୟ, ଅନ୍ୟ ବିଭାଗୀୟ କାର୍ଯ୍ୟାଳୟ ଓ ସରକାରୀ
ବାସଭବନ ନିର୍ମାଣ ପାଇଁ ସ୍ଥାନ ନିରୀକ୍ଷଣ କରିଥିଲେ। କମିଟି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଏହାର ଅନୁଧ୍ୟାନ କରାଯାଉଛି। ଜିଲା ଘୋଷଣା ହେଲେ ପଦ୍ମପୁର ହେବ ୩୧ତମ ଜିଲା। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ୨୦୨୨ ଡିସେମ୍ବର ୨ରେ ଯାଇ ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁର ଜିଲା ମାନ୍ୟତା ପାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
୩୦ରେ ପଦ୍ମପୁର…

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories