www.samajalive.in
Saturday, December 6, 2025
26.1 C
Bhubaneswar

ଗଲା ଧନ, ରହିଲା ଜୀବନ: ଗୋଟିଏ ଦିନରେ ୫ ଦୁର୍ଘଟଣା

ରେଙ୍ଗାଲିକ୍ୟାମ୍ପ: ଅତାବିରା ୫୩ ନମ୍ୱର ଜାତୀୟ ରାଜପଥରେ ବୁଧବାର ଗୋଟିଏ ଦିନରେ ୫ ଗୋଟି ଦୁର୍ଘଟଣା ଘଟିଛି। ସକାଳୁ ସନ୍ଧ୍ୟା ଯାଏ ରାଜପଥର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ୫ ଗୋଟି ଦୁର୍ଘଟଣା ଘଟିଛି। ସକାଳ ୫ଟା ସମୟରେ ଏକ ମାଛ ବୋଝେଇ ଗାଡ଼ି ଅତାବିରା ଟେଲିକମ ଅଫିସ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ପାଇ ଅତାବିରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚାଳକ ସୁନିଲ ବେହେରା(୩୮)ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ପରିତାପର ବିଷୟ, ଟ୍ରକରେ ବୋଝେଇ ହୋଇ ଯାଉଥିବା ୬ କ୍ଵିଣ୍ଟାଲ ମାଛକୁ ଲୋକେ ଧର ଧର ହୋଇ ନେଇଯାଇଥିଲେ, ହେଲେ ଚାଳକଙ୍କୁ ଉଦ୍ଧାର କରିବାକୁ ସମସ୍ତେ ଭୁଲିଯାଇଥିଲେ। ପୁଲିସ ଉଦ୍ଧାର କରିବା ପର୍ଯ୍ୟନ୍ତ ଛିଟିକି ହୋଇ ପଡ଼ିରହିଥିଲେ ଚାଳକ।

ସେହିପରି ଭୋଇପୁରା ଛକ ନିକଟରେ ରିଶୋଲିଂ ଟାୟାର ମେସିନ ବୋଝେଇ ଏକ ଟ୍ରକ୍ ଦୁର୍ଗରୁ ବାହାରି ଅନୁଗୁଳ ଅଭିମୁଖେ ଯାଉଥିଲା। ଟ୍ରକଟି ପାର୍କିଂରେ ରହିଥିବା ବେଳେ ଏକ ଟମାଟର ବୋଝେଇ ଟ୍ରକ ତାକୁ ଧକ୍କା ଦେଇଥିଲା। ଫଳରେ ଉଭୟ ଟ୍ରକର ଚାଳକ ଓ ହେଲ୍ପପର ଆହତ ହୋଇଥିଲେ। ଚାଳକ ଶୁଭମ ତାମ୍ରକା(୨୯)ଙ୍କ ଛାତିରେ ଓ ହେଲ୍ପପର ପବନ ଭୁଏ(୨୨)ଙ୍କ ଅଣ୍ଟାରେ ଗୁରୁତର ଆଘାତ ଲାଗିଛି। ସେହିପରି ଟମାଟର ବୋଝେଇ ଟ୍ରକର ଡ୍ରାଇଭର ଓ ହେଲ୍ପପର ମଧ୍ୟ ଆହତ ହୋଇଥିଲେ। ଫଳରେ ଚିକିତ୍ସା ପାଇଁ ପୁଲିସ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ଦୁଇଟି ଦୁର୍ଘଟଣାର ପୁଣି କିଛି ଘଣ୍ଟା ପରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଅତାବିରାରୁ ସରଳା ଗ୍ରାମକୁ ଏକ ଟେମ୍ପୁରେ ଫେରୁଥିବା ବେଳେ ଏକ ଗ୍ୟାରେଜ ପାଖରେ ଅଜଣା ପିକଅପ ଧକ୍କା ମାରିବାରୁ ଟେମ୍ପୁରେ ବସିଥିବା ଯାତ୍ରୀ ୫ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ, ଏକ ଧାନ ବୋଝେଇ ଟ୍ରକ ସହରା ଟିକ୍ରାରୁ ରେଙ୍ଗାଲିକ୍ୟାମ୍ପସ୍ଥିତ ବିଜୟ ଲକ୍ଷ୍ମୀ ରାଇସ ମିଲକୁ ଯିବା ବାଟରେ ରେଙ୍ଗାଲିକ୍ୟାମ୍ପ ଛକରୁ କିଛି ଦୂରରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆହତ ହୋଇଥିବା ଡ୍ରାଇଭର ଆନନ୍ଦ ମହାନନ୍ଦ(୪୦)କୁ ଚିକିତ୍ସା ପାଇଁ ଅତାବିରା ପୁଲିସ ଅତାବିରା ଡାକ୍ତରଖାନାରେ ଭର୍ତ୍ତି କରିଛି। ଆନନ୍ଦ ବରପାଲି ଅଞ୍ଚଳର ହୋଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଟ୍ରକରେ ବୋଝେଇ ହୋଇଥିବା ୧୭୦ ପ୍ୟାକେଟ ଧାନ କେନାଲରେ ପଡ଼ି ନଷ୍ଟ ହୋଇଯାଇଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories