www.samajalive.in
Saturday, December 6, 2025
26.1 C
Bhubaneswar

ଫିରିଙ୍ଗିଆ ବନାଞ୍ଚଳ ତରଫରୁ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବନବିଭାଗ କାର୍ଯ୍ୟାଳୟ ପରିସରରେ ଫିରିଙ୍ଗିଆ ବନାଞ୍ଚଳ ଅଧୀନରେ ବସବାସ କରିଆସୁଥିବା ଆଦିବାସୀମାନଙ୍କୁ ଫିରିଙ୍ଗିଆ ବନବିଭାଗ ତରଫରୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ବନସଂରକ୍ଷକ ମଳୟ ରଞ୍ଜନ କାଲୋ, ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର, ବନ ପାଳ ପ୍ରବୀଣ ଦାଶ, ବ୍ରଜ ସୁନ୍ଦର ଦାସ, ଦିଲୀପ ବିଶୋଇ, ବନରକ୍ଷୀ ସୁଜିତ ପ୍ରଧାନ, ସନ୍ତୋଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ ଏବଂ ସଂଶୋଧନ ଆଇନ ୨୦୧୨ ବଳରେ ୨୦୦୫ ମସିହାର ପ୍ରାୟ ୨୫ ବର୍ଷ ପୂର୍ବରୁ ଜଙ୍ଗଲ ମଧ୍ୟରେ ବସବାସ କରି ଜୀବନ ଜୀବିକା ନିର୍ବାହ କରୁଥିବା ଆଦିବାସୀମାନଙ୍କ ମଧ୍ୟରୁ ୧୬୬ ଗୋଟି ଶିରୋନାମା ପଟ୍ଟା ୫୬ ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ବାଘ ନଦୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୧୫୩ ଗୋଟି ପଟ୍ଟା, ବାଲନ୍ଦା ପଡା ଦକ୍ଷିଣ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୧୦ ଗୋଟି ପଟ୍ଟା, କିଆମୁଣ୍ଡା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୨ ଗୋଟି ପଟ୍ଟା ଓ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଆଇନ ବଳରେ ବନ୍ଧଗଡ଼ ‘କ’ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୧ ଗୋଟି ଶିରୋନାମା ବଣ୍ଟନ କରାଯାଇଛି। ତେବେ ଏହି ଜଙ୍ଗଲ ଜମି ପଟ୍ଟା ପାଇଥିବା ହିତାଧିକାରୀମାନେ କେବଳ ନିଜେ ବିଭିନ୍ନ ଚାଷ କରି ପରିବାର ପ୍ରତିପୋଷଣ କରିପାରିବେ ଓ ନିଜର ପୁତ୍ର ଓ ପରିବାର ଏହି ଜମିରେ ଅଧିକାର ସାବ୍ୟସ୍ତ କରିପାରିବେ କିନ୍ତୁ ଏହି ଜଙ୍ଗଲ ଜମି ଅନ୍ୟ ଲୋକଙ୍କୁ ହସ୍ତାନ୍ତର କିମ୍ବା ବିକ୍ରି କରିପାରିବେ ନାହିଁ ବୋଲି ବକ୍ତବ୍ୟରେ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ କହିଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories