www.samajalive.in
Saturday, December 6, 2025
26.1 C
Bhubaneswar

ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା: ସାତ୍ତ୍ୱିକ-ଚିରାଗଙ୍କୁ ଖେଳରତ୍ନ, ସାମି ପାଇବେ ଅର୍ଜ୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ବର୍ଷ ୨୦୨୩ ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। ଏସିଆନ ଗେମ୍ସରେ ଭାରତ ପାଇଁ ରେକର୍ଡ ସ୍ୱର୍ଣ୍ଣ ଜିତିଥିବା ଦୁଇ ଷ୍ଟାର ବ୍ୟାଡମିଣ୍ଟନ କ୍ରୀଡ଼ାବିତ୍ ଚିରାଗ ସେଟ୍ଟୀ ଏବଂ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ପାଇବେ ମେଜର ଧ୍ୟାନଚନ୍ଦ ଖେଳରତ୍ନ ପୁରସ୍କାର। ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ସମେତ ୨୬ ଖେଳାଳିଙ୍କୁ ସମ୍ମାନଜନକ ଅର୍ଜ୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ। ଏନେଇ ବୁଧବାର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଜାତୀୟ କ୍ରୀଡ଼ା ପୁରସ୍କାର ବିଜୟୀମାନଙ୍କୁ ଜାନୁଆରୀ ୯ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିବେ।

ଜାତୀୟ କ୍ରୀଡ଼ା ପୁରସ୍କାର-୨୦୨୩ରେ ସମ୍ମାନିତ ହେବାକୁ ଥିବା କ୍ରୀଡ଼ାବିତଙ୍କ ତାଲିକା:

- Advertisement -

ଖେଳ ରତ୍ନ ପୁରସ୍କାର- ଚିରାଗ ସେଟ୍ଟୀ- ବ୍ୟାଡମିଣ୍ଟନ, ସାତ୍ବିକସାଇରାଜ ରାଙ୍କି ରେଡ୍ଡୀ- ବ୍ୟାଡମିଣ୍ଟନ

ଅର୍ଜୁନ ପୁରସ୍କାର- ଓଜସ ପ୍ରବୀଣ ଦେଓତାଲେ- ତୀରନ୍ଦାଜି, ଅଦିତି ଗୋପୀଚାନ୍ଦ ସ୍ୱାମୀ- ତୀରନ୍ଦାଜି, ଶ୍ରୀଶଙ୍କର- ଆଥଲେଟିକ୍ସ, ପାରୁଲ ଚୌଧୁରୀ- ଆଥଲେଟିକ୍ସ, ମହମ୍ମଦ ହୁସାମୁଦ୍ଦିନ- ବକ୍ସର, ଆର ବୈଶାଳୀ- ଚେସ୍, ମହମ୍ମଦ ସାମି- କ୍ରିକେଟ୍, ଅନୁଷ ଅଗ୍ରୱାଲ- ଅଶ୍ୱାରୋହୀ, ଦିକ୍ଷା ଡାଗର- ଗଲ୍ଫ, କ୍ରିଷନ ବାହାଦୁର ପାଠକ- ହକି, ସୁଶୀଲା ଚାନୁ- ହକି, ପବନ କୁମାର- କବାଡି, ରିତୁ ନେଗି- କବାଡି, ନସରିନ- ଖୋଖୋ, ପିଙ୍କି- ଲନ୍ ବାଉଲ୍ସ, ଐଶ୍ୱର୍ଯ୍ୟା ପ୍ରତାପ ସିଂହ ତୋମାର- ଶୁଟିଂ, ଇଶା ସିଂହ- ଶୁଟିଂ, ହରିନ୍ଦର ପାଲ ସିଂହ- ସ୍କ୍ୱାଶ, ଆୟିକା ମୁଖାର୍ଜୀ- ଟେବୁଲ ଟେନିସ, ସୁନୀଲ କୁମାର- କୁସ୍ତି, ଆଣ୍ଟିମ୍- କୁସ୍ତି, ରୋଶିବିନା ଦେବୀ- ଉଶୁ, ଶୀତଲ ଦେବୀ- ପାରା ତୀରନ୍ଦାଜି, ଅଜୟ କୁମାର- ଦୃଷ୍ଟିହୀନ କ୍ରିକେଟ, ପ୍ରାଚୀ ଯାଦବ- ପାରା କ୍ୟାନୋଇଙ୍ଗ୍।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories