www.samajalive.in
Saturday, December 6, 2025
15.1 C
Bhubaneswar

ଆଇପିଏଲ୍‌ କ୍ରିକେଟ୍‌ରେ ମାଲାମାଲ୍‌ ହେଲେ ଏହି ବିଦେଶୀ ଖେଳାଳୀ -ଏତିକି କୋଟିରେ ବିକ୍ରି

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୧୭ତମ ସଂସ୍କରଣ ଲାଗି ଖେଳାଳି ନିଲାମ ମଙ୍ଗଳବାର ଦୁବାଇର କୋକାକୋଲା ଏରିନାରେ ଅନୁଷ୍ଠିତ ହୋଇଯାଇଛି। ଏହି ନିଲାମରେ ୧୦ଟି ଦଳ ବା ଫ୍ରାଞ୍ଚାଇଜ୍‌ ମିଳିତ ଭାବେ ସର୍ବାଧିକ ୭୭ଜଣ ଖେଳାଳିଙ୍କୁ କ୍ରୟ କରିଥିଲେ। ନିଲାମରେ ଅଷ୍ଟ୍ରେଲିଆର ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ, ପ୍ୟାଟ୍‌ କମିନ୍‌ସ ଓ ନ୍ୟୁଜିଲାଣ୍ଡର ଡ୍ୟାରେଲ ମିଚେଲଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ମିଚେଲଙ୍କୁ ୨୪.୭୫ କୋଟିରେ କଲକାତା ନାଇଟ୍‌ ରାଇଡର୍ସ କ୍ରୟ କରିଛି। ଏଥି ସହିତ ଆଇପିଏଲ ଇତିହାସରେ ଷ୍ଟାର୍କ ସବୁଠୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ପୂର୍ବର ଆଇପିଏଲରେ କୌଣସି ଖେଳାଳି ଏତେ ଟଙ୍କାରେ ବିକ୍ରି ହୋଇନଥିଲେ। ଏହା ପୂର୍ବରୁ ଇଂଲଣ୍ଡର ଅଲ୍‌ରାଉଣ୍ଡର ସାମ୍‌ କରନ ଆଇପିଏଲର ସବୁଠୁ ମହଙ୍ଗା ଖେଳାଳି ରହିଥିଲେ। ୨୦୨୩ ଆଇପିଏଲରେ ସାମ୍‌ କରନଙ୍କୁ ପଞ୍ଜାବ କିଙ୍ଗ୍‌ସ ୧୮ କୋଟି ୫୦ ଲକ୍ଷ ଟଙ୍କାରେ କ୍ରୟ କରିଥିଲା। ଏହାକୁ ଅତିକ୍ରମ କରିବାରେ ଷ୍ଟାର୍କ ସଫଳ ହୋଇଛନ୍ତି। ଷ୍ଟାର୍କଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ରହିଥିଲା। ପ୍ରଥମେ ମୁମ୍ବଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ଷ୍ଟାର୍କଙ୍କୁ କିଣିବା ଲାଗି ୯ କୋଟି ୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଡ୍‌ କରିଥିଲେ। ଏହା ପରେ ଗୁଜରାଟ ଟାଇଟନ୍ସ ଓ କଲକାତା ନାଇଟ୍‌ ରାଇଡର୍ସ ବିଡ୍‌ କରିବା ଆରମ୍ଭ କରିଥିଲେ। ଶେଷରେ କଲକାତା
ଷ୍ଟାର୍କଙ୍କୁ ୨୪ କୋଟି ୭୫ ଲକ୍ଷ ଟଙ୍କାରେ କିଣିବାରେ ସଫଳ ହୋଇଥିଲା। ସେହିପରି ବିଶ୍ବକପ ବିଜେତା ଦଳର ଅଧିନାୟକ ପ୍ୟାଟ୍‌ କମିନ୍‌ସଙ୍କୁ କିଣିବା ଲାଗି ଫ୍ରାଞ୍ଚାଇଜ୍‌ ଗୁଡ଼ିକ ମଧ୍ୟରେ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଥିଲା। ୩୦ ବର୍ଷୀୟ କମିନ୍‌ସଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ରହିଥିବାବେଳେ ସନରାଇଜର୍ସ ହାଇଦରାବାଦ୍‌ ୨୦ କୋଟି ୫୦ ଲକ୍ଷ ଟଙ୍କାରେ କ୍ରୟ କରିଥିଲା। ନ୍ୟୁଜିଲାଣ୍ଡର ବ୍ୟାଟ୍‌ସମ୍ୟାନ ଡ୍ୟାରେଲ ମିଚେଲଙ୍କୁ ସନରାଇଜର୍ସ ହାଇଦରାବାଦ୍‌ ୧୪ କୋଟି ଟଙ୍କାରେ କ୍ରୟ କରିଛି। ତାଙ୍କର ମୂଳ ମୂଲ୍ୟ ୧ କୋଟି ଟଙ୍କା ରହିଥିଲା। ଭାରତୀୟଙ୍କ ମଧ୍ୟରେ ଦ୍ରୁତ ବୋଲର ହର୍ଷଲ ପଟେଲଙ୍କୁ ପଞ୍ଜାବ କିଙ୍ଗ୍‌ସ ୧୧ କୋଟି ୭୫ ଲକ୍ଷ ଟଙ୍କାରେ କ୍ରୟ କରିଛି। ତାଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ରହିଥିଲା। ଭାରତର ଅନ୍‌କ୍ୟାପ୍‌ଡ ଖେଳାଳି ଭାବେ ସମୀର ରିଜ୍‌ଭିଙ୍କୁ ଚେନ୍ନଇ ସୁପରକିଙ୍ଗ୍‌ସ ୮ କୋଟି ୪୦ ଲକ୍ଷ ଟଙ୍କାରେ କ୍ରୟ କରିଛି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଶିଭମ ମାଭିଙ୍କୁ ଲକ୍ଷ୍ନୗ ସୁପରଜ୍ୟାଣ୍ଟ୍‌ସ ୬ କୋଟି ୪୦ ଲକ୍ଷ ଟଙ୍କାରେ,ଶୁଭମ ଦୁବେଙ୍କୁ ରାଜସ୍ଥାନ ରୟାଲ୍‌ସ ୫ କୋଟି ୮୦ ଲକ୍ଷ ଟଙ୍କାରେ ଓ ଶାହାରୁଖ ଖାନଙ୍କୁ ଗୁଜରାଟ ଟାଇଟନ୍ସ ୭ କୋଟି ୪୦ ଲକ୍ଷ ଟଙ୍କାରେ କ୍ରୟ କରିଛି।

#ipl #cricket

- Advertisement -

ୱେଷ୍ଟଇଣ୍ଡିଜ୍‌ର ରୋଭମାନ୍‌ ପାୱେଲଙ୍କୁ ରାଜସ୍ଥାନ ରୟାଲ୍‌ସ ୭ କୋଟି ୪୦ ଲକ୍ଷ ଟଙ୍କାରେ, ସନରାଇଜର୍ସ ହାଇଦରାବାଦ୍‌ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍‌ଙ୍କୁ ୬ କୋଟି ୮୦ ଲକ୍ଷ ଟଙ୍କାରେ, ଦକ୍ଷିଣ ଆଫ୍ରିକାର ବାମହାତୀ ଦ୍ରୁତ ବୋଲର ଜେରାଲଡ୍‌ କୋଏଜିଙ୍କୁ ମୁମ୍ବଇ ଇଣ୍ଡିଆନ୍ସ ୫ କୋଟି ଟଙ୍କାରେ କ୍ରୟ କରିଛି। ଇଂଲଣ୍ଡର ଯୁବ ବ୍ୟାଟ୍‌ସମ୍ୟାନ ହ୍ୟାରୀ ବ୍ରୁକ୍‌ଙ୍କୁ ଦିଲ୍ଲୀ କ୍ୟାପିଟାଲ୍‌ସ ୪ କୋଟି ଟଙ୍କାରେ ଦଳରେ ସାମିଲ କରିଛି। ତାଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ରହିଥିଲା। ଭାରତର ବୋଲିଂ ଅଲରାଉଣ୍ଡର ସାର୍ଦୁଳ ଠାକୁରଙ୍କୁ ଚେନ୍ନଇ ସୁପରକିଙ୍ଗ୍‌ସ ୪ କୋଟି ଟଙ୍କାରେ, ଇଂଲଣ୍ଡର କ୍ରିସ୍‌ ୱକ୍‌ସଙ୍କୁ ପଞ୍ଜାବ କିଙ୍ଗ୍‌ସ ୪ କୋଟି ୨୦ ଲକ୍ଷ ଟଙ୍କାରେ କ୍ରୟ କରିଛି। ସେହିପରି ଶ୍ରୀଲଙ୍କାର ସ୍ପିନ ଅଲରାଉଣ୍ଡର ୱାନିନ୍ଦୁ ହାସରଙ୍ଗାଙ୍କୁ ୧ କୋଟି ୫୦ ଲକ୍ଷ ଟଙ୍କାରେ କ୍ରୟ କରିଛି। ଚେନ୍ନଇ ସୁପରକିଙ୍ଗ୍‌ସ ନ୍ୟୁଜିଲାଣ୍ଡର ବାମହାତୀ ଓପନର ତଥା ସ୍ପିନର ରଚନ ରବୀନ୍ଦ୍ରଙ୍କୁ ୧ କୋଟି ୮୦ ଲକ୍ଷ ଟଙ୍କାରେ, ଆଫଗାନିସ୍ତାନର ଅହମ୍ମତଉଲ୍ଲା ଉମରଜାଇଙ୍କୁ ଗୁଜରାଟ ଟାଇଟାନ୍ସ ୫୦ ଲକ୍ଷ ଟଙ୍କାରେ କ୍ରୟ କରିଛି। ନିଲାମରେ ମୋଟ ୩୩୩ଜଣ ଖେଳାଳି ରହିଥିଲେ। ସେମାନଙ୍କ ମଧ୍ୟରେ ୨୧୪ଜଣ ଭାରତୀୟ ଓ ୧୧୯ଜଣ ବିଦେଶୀ ଖେଳାଳି ରହିଥିଲେ। ୧୦ଟି ଦଳ ମିଳିତ ଭାବେ ୨୬୨ କୋଟି ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories