www.samajalive.in
Thursday, December 11, 2025
14.1 C
Bhubaneswar

ସଂସଦରେ ଅଚଳାବସ୍ଥା – ବୁଧବାର କଂଗ୍ରେସ ସଂସଦୀୟ ଦଳର ବୈଠକ

ଡେସ୍କ: ଆସନ୍ତାକାଲି ସକାଳେ କଂଗ୍ରେସ ସଂସଦୀୟ ଦଳର ବୈଠକ ସକାଳ ୯:୩୦ରେ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ସଂସଦର ସୁରକ୍ଷା ଲ୍ଲଂଘନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବିରେ ବିରୋଧୀ ଏବଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ସଂସଦରୁ ସମୁଦାୟ ୧୪୧ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସଦସ୍ୟମାନଙ୍କୁ ନିଲମ୍ବନ କରିବା ପାଇଁ ପ୍ରସ୍ତାବ ଆଣିଥିଲେ। ଫାରୁକ୍ ଅବଦୁଲ୍ଲା, ସୁପ୍ରିୟା ସୁଲେ, ଡିମ୍ପଲ୍ ଯାଦବ ଏବଂ ଶଶି ଥରୁରଙ୍କ ସମେତ ଚାଳିଶ ଜଣ ବିରୋଧୀ ଦଳ ସାଂସଦଙ୍କୁ ଶୀତକାଳୀନ ଅଧିବେଶନର ଅବଶିଷ୍ଟାଂଶ ପାଇଁ ମଙ୍ଗଳବାର ଦିନ ଲୋକସଭାରୁ ନିଲମ୍ବିତ କରାଯାଇଥିଲା।

- Advertisement -

ସଂସଦର ସୁରକ୍ଷା ଲ୍ଲଂଘନ ଘଟଣାରେ ବିରୋଧୀ ଦଳଙ୍କ ଦାବିକୁ ନେଇ ବିବାଦ ଉପୁଜିବା ପରେ ସୋମବାର ଦିନ ସମୁଦାୟ ୭୮ ସାଂସଦ – ଲୋକସଭାରୁ ୩୩ ଏବଂ ରାଜ୍ୟସଭାରୁ ୪୫ ଜଣଙ୍କୁ ଶୀତକାଳୀନ ଅଧିବେଶନର ଅବଶିଷ୍ଟାଂଶ ପାଇଁ ନିଲମ୍ବିତ କରାଯାଇଛି। ।

୪୯ ଲୋକସଭା ସାଂସଦଙ୍କୁ ନିଲମ୍ବିତ କରାଯିବା ସହିତ ଦୁଇ ଗୃହରୁ ନିଲମ୍ବିତ ହୋଇଥିବା ବିରୋଧୀ ସଂସଦର ମୋଟ ସଂଖ୍ୟା ୧୪୧କୁ ବୃଦ୍ଧି ପାଇଛି। ଡିସେମ୍ବର ୨୨ରେ ଶୀତ ଅଧିବେଶନ ଶେଷ ହେବ।

Hot this week

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

Related Articles

Popular Categories