www.samajalive.in
Saturday, December 6, 2025
16.1 C
Bhubaneswar

ଗୋପବନ୍ଧୁ ବିଜ୍ଞାନ କଲେଜରେ ଯୋଗ ଶିବିର

ଆଠଗଡ : ଗୋପବନ୍ଧୁ ବିଜ୍ଞାନ କଲେଜରେ ନୂଆ ଓ ଏବଂ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ଏହାକୁ ଉଦଘାଟନ କରିବା ସହ ଯୋଗର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ମନୋଜ କୁମାର ପାଣିଗ୍ରାହୀ ଛାତ୍ରଛାତ୍ରୀଙ୍କୁ ଯୋଗ ପ୍ରଶିକ୍ଷଣ ଦେଇଥିଲେ। ନିୟମିତ ଯୋଗାଭ୍ୟାସ ଦ୍ବାରା କିପରି ଶୃଙ୍ଖଳିତ ଜୀବନ ସହିତ ଶାରୀରିକ ଓ ମାନସିକ ସୁସ୍ଥତା ରହିବାରେ ସହାୟକ ହୋଇଥାଏ ବୋଲି ଦୁଇ ଯୋଗ ପ୍ରଶିକ୍ଷକ ବୁଝାଇଥିଲେ। ଅଧ୍ୟାପକ ଗୌତମବୁଦ୍ଧ ସୀତାରାମଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ଅଧ୍ୟାପକ ଡଃ ଚିତ୍ରସେନ ରାଉତ, ଅଧ୍ୟାପିକା ଡଃ ସୁରେଖା ଦାସ, ଶ୍ରୀମନ୍ତିନୀ ଦାସ ପ୍ରମୁଖ ପରିଚାଳନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories