www.samajalive.in
Saturday, December 6, 2025
16.1 C
Bhubaneswar

ଚୋରି ସାମଗ୍ରୀ କିଣାକୁ ନେଇ କବାଡିଆ ଗୋଦାମରେ ତୁମୁଳକାଣ୍ଡ

କଳାପଥର : କଳାପଥର ପଂଚାୟତ ଅନ୍ତର୍ଗତ ଲେମ୍ବେରୀ ଜଳ ସେଚନ ପ୍ରକଳ୍ପରେ ଜଳ ସଂରକ୍ଷଣ କରି ରଖିବାକୁ ସରକାରଙ୍କ ସେଚ ବିଭାଗ ପକ୍ଷରୁ ଲଗାଯାଇଥିବା ଏକ ଲୁହା ଗେଟ୍ ଗତ ଦୁଇଦିନ ତଳେ ଚୋରି ହୋଇଯାଇଥିଲା । ଏଥି ନେଇ ସ୍ଥାନୀୟ ଲେମ୍ୱରି ,କଳାପଥର ପ୍ରଭୁତି ଅଞ୍ଚଳର କେତେକ ଚାଷୀ ଏହାର ଖାନ ତଲାସୀ ଅଭିଯାନରେ ସାମିଲ ହୋଇଥିଲେ। ପରେ ଜାଣିବାକୁ ପାଇଥିଲେ ଯେ , କଳାପଥର ଗୋଳେଇଛକ ଠାରେ ଚାଇଁ ଭାଇନା ଯେଉଁ କବାଡ଼ିବାଲା ଗୋଦାମ କରିଛି ସେ ଉକ୍ତ ଲୁହାଗେଟ୍ କୁ କିଣି ନେଇଛି । ସଂପୂର୍ଣ୍ଣ ଖବର ପାଇବା ପରେ ଲେମ୍ବେରି ଗ୍ରାମର ଶତାଧିକ ଚାଷୀ ଉକ୍ତ କବାଡିବାଲା ଦୋକାନ ଆଗରେ ପ୍ରବଳ ପାଟିତୁଣ୍ଡ ଆରମ୍ଭ କରିଥିଲେ। ପରେ ଶତାଧିକ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ବୈଦ୍ୟେଶ୍ୱର ପୁଲିସ ସେଠାରେ ପହଞ୍ଚି ଉକ୍ତ କବାଡ଼ିବାଲା କୃଷ୍ଣଚନ୍ଦ୍ର ପଣ୍ଡା ଓରଫ ଚାଇଁ ଭାଇନାକୁ ଗିରଫ କରିଥିଲା ।
କଳାପଥର ଅଞ୍ଚଳରେ କୃଷ୍ଣଚନ୍ଦ୍ର ଦୀର୍ଘ ୩୦ ବର୍ଷ ହେଲାଣି କାବାଡ଼ିଆ ଦୋକାନ କରି ଏହି ଅଞ୍ଚଳରେ ହେଉଥିବା ବିଭିନ୍ନ ପ୍ରକାରର ଚୋରି ଗାଡି, ଲୁହା ପାଇପ ସହ ବିଭିନ୍ନ ଚୋରା ସାମଗ୍ରୀ କିଣୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଫଳରେ ଏଠାରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories