www.samajalive.in
Saturday, December 13, 2025
26.1 C
Bhubaneswar

ବସ୍‍ ସହ ୪୦ ଯାତ୍ରୀଙ୍କୁ ଅପହରଣ କଲେ ତାଲିବାନ ଆତଙ୍କବାଦୀ

କାବୁଲ : ତାଲିବାନ ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନର ଦାରା-ଏ-ସୁଫ ଜିଲାର ସାମାଙ୍ଗାନ ଅଞ୍ଚଳରୁ ରବିବାର ସକାଳେ ଏକ ବସ୍‍ ସହ ପ୍ରାୟ ୪୦ ଯାତ୍ରୀଙ୍କୁ ଅପହରଣ କରିନେଇଛି। ସାମାଙ୍ଗାନ ପୁଲିସ୍‍ ମୁଖପାତ୍ର ମୋହମ୍ମଦ ମୁନୀର ରହିମ୍‍ି ଏହି ସୂଚନା ଦେଇଛନ୍ତି। ସମସ୍ତ ଯାତ୍ରୀ ବସ୍‍ ଯୋଗେ ଉତ୍ତର ବାଲ୍‍ଖର ରାଜଧାନୀ ମାଜାର-ଇ-ଶରିଫ ଅଭିମୁଖେ ଯାଉଥିଲେ। ବାଟରେ ସାମାଙ୍ଗାନର ଖୁସାକ ଦାରା ଗ୍ରାମ ନିକଟରେ ବସ୍‍କୁ ତାଲିବାନ ଆତଙ୍କବାଦୀମାନେ ଅଟକାଇ କବ୍ଚା କରି ନେଇଥିଲେ। ଆଫଗାନିସ୍ତାନ ପୁଲିସ୍‍ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଅଭିଯାନ ଆରମ୍ଭ କରିଛି। ଏହା ପୂର୍ବରୁ ମଙ୍ଗଳବାର ତାଲିବାନ ଆତଙ୍କବାଦୀମାନେ ସେହି ରାସ୍ତାରୁ ୨୫ ଜଣ ଯାତ୍ରୀଙ୍କୁ ଅପହରଣ କରିନେଇଥିଲେ। ଏପର୍ଯ୍ୟନ୍ତ ଅପହୃତ ୨୫ ଯାତ୍ରୀଙ୍କ ଖବର ମିଳିନାହିଁ। ଏବେ ନୂଆ ଅପହରଣ ଆଫଗାନିସ୍ତାନ ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories