www.samajalive.in
Saturday, December 13, 2025
26.1 C
Bhubaneswar

ମହାରାଷ୍ଟ୍ର ସରକାରଙ୍କୁ ବିନା ସୁଧରେ ୫୦୦ କୋଟି ଟଙ୍କା ଋଣ ଦେବ ଶିରିଡ଼ି ସାଇ ସଂସ୍ଥାନ

ମୁମ୍ବଇ : ଅର୍ଥ ସଂକଟ ଦେଇ ଗତି କରୁଥିବା ମହାରାଷ୍ଟ୍ର ସରକାରଙ୍କୁ ଶିରିଡ଼ି ସାଇ ସଂସ୍ଥାନ ସାହଯ୍ୟ କରିବାକୁ ଆଗେଇ ଆସିଛି। ଶିରିଡ଼ିର ସାଇବାବା ମନ୍ଦିର ଟ୍ରଷ୍ଟ ମହାରାଷ୍ଟ୍ର ସରକାରଙ୍କୁ ‘ନୀଲୱାଣ୍ଡେ’ ଜଳସେଚନ ପ୍ରକଳ୍ପ ପାଇଁ ବିନା ସୁଧରେ ୫୦୦ କୋଟି ଟଙ୍କା ଋଣ ଦେବାକୁ ନିଷ୍ପତ୍ତି ନେଇଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଅହମଦନଗର ଜିଲାର ଅଧିକାଂଶ ତହସିଲରେ ଦେଖାଯାଉଥିବା ଜଳ ସଂକଟ ଦୂର ହୋଇଯିବ ବୋଲି କୁହାଯାଇଛି। ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବ ଶନିବାର ପାରିତ ହୋଇଛି।
କୁହାଯାଉଛି ଯେ ପ୍ରଥମ ଥର କୌଣସି ଏକ ଘରୋଇ ସଂସ୍ଥାନ ସରକାରଙ୍କୁ ଏତେ ବଡ଼ ପରିମାଣର ଅର୍ଥ ଋଣ ଆକାରରେ ଦେଉଛି। ଋଣ ଫେରାଇବା ପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ। ସୂଚନା ଅନୁସାରେ ରାଜ୍ୟ ସରକାର କିଛି ମାସ ତଳେ ଏ ସମ୍ପର୍କରେ ଟ୍ରଷ୍ଟ ସହ ଯୋଗାଯୋଗ କରିଥିଲା। ଏହାପରେ ଟ୍ରଷ୍ଟ ପକ୍ଷରୁ ବୈଠକ ଡକାଯାଇ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଟ୍ରଷ୍ଟ ଅଧ୍ୟକ୍ଷ ସୁରେଶଙ୍କ ସହ ବିଜେପିର ଭଲ ସମ୍ପର୍କ ରହିଛି।
ମନ୍ଦିର ପକ୍ଷରୁ କୁହାଯାଇଛି ଯେ ସାଇବାବା ମନ୍ଦିର ଟ୍ରଷ୍ଟ ଏବଂ ଗୋଦାବରୀ ମରାଠାୱାଡା ସେଚନ ବିକାଶ ନିଗମ ଏଥିପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହି ପ୍ରକଳ୍ପ ଦୀର୍ଘ ଦିନ ହେବ ଅଟକି ରହିଛି। ପ୍ରକଳ୍ପ ପାଇଁ ୧୨୦୦ କୋଟି ଟଙ୍କା ବ୍ୟୟ ଅଟକ ରହିଛି। ଏହି ପ୍ରକଳ୍ପ ପାଇଁ ଚଳିତ ବଜେଟରେ ୩୦୦ କୋଟି ଟଙ୍କା ରଖାଯାଇଥିବା ବେଳେ ଆସନ୍ତା ବର୍ଷ ୪୦୦ କୋଟି ଟଙ୍କା ରଖାଯିବ ବୋଲି ସୂଚନା ଦିଅଯାଇଛି। ବାକି ୫୦୦ କୋଟି ଟଙ୍କା ଟ୍ରଷ୍ଟ ଋଣ ଆକାରରେ ଦେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories