www.samajalive.in
Friday, December 5, 2025
26.1 C
Bhubaneswar

ଆଜିଠୁ ବୌଦ୍ଧରେ ଧନୁଯାତ୍ରା, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ବୌଦ୍ଧ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ବୌଦ୍ଧର ପ୍ରସିଦ୍ଧ ଆଧ୍ୟାତ୍ମିକ ଧନୁଯାତ୍ରା। ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମଦନ ମୋହଦ ନାଟ୍ୟକଳା ପରିଷଦ ପକ୍ଷରୁ ଦୀର୍ଘ ୧୭ବର୍ଷ ହେବ ବୌଦ୍ଧ ସହରରେ ଧନୁଯାତ୍ରା ହୋଇ ଆସୁଥିବା ବେଳେ ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ସହରର ଭୈରବୀ ପଡ଼ିଆରେ ଏହି ଯାତ୍ରା ଅନୁଷ୍ଠିତ ହେବ। ଯାତ୍ରାକୁ ଅଧିକ ସରସ ସୁନ୍ଦର ଓ ଆର୍କଷଣୀୟ କରିବାକୁ ନାଟ୍ୟ କଳା ପରିଷଦ ପକ୍ଷରୁ ପ୍ରସ୍ତୁତି ଜୋର ଦାର ହେବା ସହ ଶେଷ ପର୍ଯ୍ୟାୟରେ ପହଞ୍ଚଛି। ଦୀର୍ଘ ୮ ଦିନ ଧରି କୃଷ୍ଣଲୀଳାର କଥାବସ୍ତୁ ଉପରେ ନାଟକ ପ୍ରତିଦିନ ସନ୍ଧ୍ୟାରେ ପରିବେଷିତ ହେବ। ଏହା ସହ ପ୍ରତିଦିନ ପଥପ୍ରାନ୍ତ ନାଟକ, ନଗର ପରିକ୍ରମା ହେବାର କାର୍ଯ୍ୟକ୍ରମ ରହିଛି। ଏହା ସହ ଧନୁଯାତ୍ରା, ବାଣିଜ୍ୟମେଳା, ମିନାବଜାରର ଆୟୋଜନ କରାଯାଇଛି। ଯାତ୍ରାକୁ ସଫଳ ଭାବେ ସଂପୂର୍ଣ୍ଣ କରିବାକୁ ଅନୁଷ୍ଠାନର ନିର୍ଦେଶକ ଦେବାଙ୍ଗନ ମେହେର ସୁଚନା ଦେଇଛନ୍ତି।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories