ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ଉଲୁଣ୍ଠା ବ୍ଲକ ସିଂହପାଲି ଗାଁରୁ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁ ନିକଟ ଜଙ୍ଗଲରେ ବାର୍ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅଜା ଗୁରୁତର ଆହତ ହୋଇଛନ୍ତି।
ସୂଚନା ଯୋଗ୍ୟ, ଦୁଇ ଶିଶୁ ନିଜ ଅଜାଙ୍କ ସହ କ୍ଷେତ ଜଗିବାକୁ ବିଲକୁ ଯାଇଥିଲେ। ଏହି ସମୟରେ ରାସ୍ତାରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଦୁଇ ଶିଶୁ ଆସିଥିଲେ। ଅଜା ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବାକୁ ଯାଇ ନିଜେ ଗୁୁରୁତର ହୋଇଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ଅଜାଙ୍କ ସହ ବୁଲିଯାଇଥିଲେ, ବିଦ୍ୟୁତ୍ ତାର ନେଲା ନାତିଙ୍କ ଜୀବନ
Popular Categories



