www.samajalive.in
Saturday, December 6, 2025
19.1 C
Bhubaneswar

ନିଖୋଜ ବୃଦ୍ଧଙ୍କୁ ଖୋଜି ଆଣିବା ପାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ନିବେଦନ

ଫୁଲବାଣୀ: ଛତିଶଗଡର ରାୟପୁର ଠାରେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ୭୩ ବର୍ଷର ବୃଦ୍ଧ ନିଖୋଜ ହୋଇ ଯାଇଛନ୍ତି। ପରିବାର ଲୋକ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ନ ପାଇବାରୁ ଶେଷରେ ବୃଦ୍ଧଙ୍କୁ ଖୋଜି ଆଣିବା ପାଇଁ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ, ବାଲିଗୁଡା ଥାନା ବୁରାଙ୍ଗିଆ ଗ୍ରାମର କିନି ଦିଗାଲ ପକ୍ଷାଘାତ ରୋଗରେ ପୀଡିତ ଥିବାରୁ ସେ ରାୟପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗତ ୧ ତାରିଖ ଦିନ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଘରୋଇ ଚିକିତ୍ସା କରିବେ କହି ସାଙ୍ଗରେ ଡାକି ନେଇଥିଲେ। ତେବେ ତା ପରଠାରୁ ସେ ଆଉ ଡାକ୍ତରଖାନାକୁ ଫେରି ନାହାନ୍ତି। ଘରଲୋକେ ସମ୍ପୃକ୍ତ ଡାକ୍ତରଙ୍କୁ ଯୋଗାଯୋଗ କରିବାରେ ସେ ରୋଗୀଙ୍କୁ ଚିକିତ୍ସା କରି ଡାକ୍ତରଖାନାକୁ ପଠାଇ ଦେଇଥିବା କହୁଛନ୍ତି। କିନ୍ତୁ ରୋଗୀ ଡାକ୍ତରଖାନାକୁ ଫେରି ନଥିବା କହୁଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ।

ଅନେକ ସ୍ଥାନରେ ସନ୍ଧାନ କରି ମଧ୍ୟ ବାପାଙ୍କର କୌଣସି ପତ୍ତା ପାଇ ନଥିବା ପୁଅ ଦାସିକା ଦିଗାଲ ପ୍ରକାଶ କରିଛନ୍ତି। ସବୁଆଡୁ ନିରାଶ ହେବା ପରେ ବାପାଙ୍କୁ ଖୋଜି ଆଣିବା ପାଇଁ ଗୁରୁବାର ପରିବାର ଲୋକେ କନ୍ଧମାଳ ଜିଲ୍ଲାପାଳଙ୍କୁ ନିବେଦନ କରିଥିବା ବେଳେ ଶନିବାର ଦିନ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲଳିତ କୁମାର ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories