ବୌଦ୍ଧ: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ ଦ୍ୱାରା ଏକ ରଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିକ୍ରମ କୁମାର ପ୍ରାଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଏହି ଲୋକ ଅଦାଲତରେ ସର୍ବମୋଟ ୩୦ଟି ବିଚାରଧୀନ ମୋଟର ଦୂର୍ଘଟଣା ଜନିତ ମକଦ୍ଦମା, ପାରିବାରିକ ମାମଲା, ଦେୱାନି ମକଦ୍ଦମା, ଗ୍ରାହକ ବିବାଦ,ଏନଆଇ ଆକ୍ଟ,କ୍ରିମିନାଲ କମ୍ପାଉଣ୍ଡେବୁଲ, ମନି ରିକଭରି ଏବଂ ୧୦ଟି ପ୍ରାକ ମକଦ୍ଦମା ବ୍ୟାଙ୍କ କେସ୍ ଫୈସଲା କରାଯାଇ ମୋଟ ୨୮,୮୯.୫୪୮/- ଟଙ୍କା ଆଦାୟ କରିଯାଇଥିଲା। ଏଥିରେ ପରିବାର ଅଦାଲତ ବିଚାରପତି ଅଳ୍ପନା ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ସରୋଜିନି ପତି, ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ବିଶ୍ୱେସର ବିଶ୍ୱପ୍ରକାଶ ରାୟ, ବରିଷ୍ଠ ଦେୱାନୀ ବିଚାରପତି ସିତିକଣ୍ଠ ପ୍ରଧାନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସାସ୍ୱତି ମିଶ୍ର ଓ ଉପଖଣ୍ଡିୟ ବିଚାର ବିଭାଗୀୟ ଅଧିକରୀ ସୁଶ୍ରୀ ସଙ୍ଗିତା ଦାସ ଉପସ୍ଥିତ ଥିଲେ।
Popular Categories



