www.samajalive.in
Saturday, December 6, 2025
26.1 C
Bhubaneswar

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡି ବସିଲା ଏସଟିଏଫ, ୨ ଅଭିଯୁକ୍ତ ଗିରଫ

ଗୁଣୁପୁର: ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡିବସିଲା ଏସଟିଏଫ ଟିମ। ରାୟଗଡା ଜିଲା ପଦ୍ମପୁର ନିକଟ ୩୨୬ ଜାତୀୟ ରାଜପଥ ରାସ୍ତା ଆଖୁସିଂ ଗ୍ରାମ ନିକଟରେ ଚଢ଼ାଉ ପରେ ଦୁଇ ଜଣକ ଠାରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଥିଲା। ଦୁଇଜଣ ବଜ୍ରକାପ୍ତା ଚାଲାଣକାରି ହେଲେ ସମସାନ ରାଇତା ଓ ଅସ୍ମିନ ଶବର । ଦୁଇ  ଜଣ ଆଖୁସିଂ ଅଞ୍ଚଳର ହୋଇଥିବା ଜଣାପଡିଛି। ଏହି ଦୁଇ ଜଣ ଜିଅନ୍ତା ବଜ୍ରକାପ୍ତା ଧରି ବାହାର ରାଜ୍ୟରେ ପାଞ୍ଚଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଲକ୍ଷ୍ୟ ରଖିଥିଲେ। ବିଶେଷ ସୁତ୍ରରୁ ଖବର ପାଇ ଏହି ବଜ୍ରକାପ୍ତା ଚାଲାଣ ବେଳେ ଆଖୁସିଂ ନିକଟରେ ପହଞ୍ଚିଥିଊା ଏସଟିଏଫ। ଏହି ବଜ୍ରକାପ୍ତା କେଉଁ ଅଞ୍ଚଳର ତାର ଖୋଳତାଡ ଏସଟିଏଫ କରିଥିବା ବେଳେ ଏହି ଚୋରା ଚାଲାଣରେ ଆଉ କାହାର ସଂମ୍ପୃକ୍ତି ରହିଛି ତାର ତଦନ୍ତ କରୁଛି। ଚୋରାଚାଲାଣ କରୁଥିବା ଦୁଇ ଜଣକୁ ଗିରଫ କରିବା ପରେ  ଅଭିଯୁକ୍ତଙ୍କୁ ଗୁଣୁପୁର ଏସଡିଜେଏମଙ୍କ ନିକଟରେ ହାଜର କରାଇଥିଲେ। ଗିରଫ ଅଭିଯୁକ୍ତ ଙ୍କ ନାମରେ ଏସଟିଏଫ କେସ ନମ୍ବର ୨୯, ଦଫା ୩୭୯, ୪୧୧, ୧୨୦ ବିରେ କୋର୍ଟ ଚାଲାଣ କରିଛି।
<blockquote class=”twitter-tweet”><p lang=”or” dir=”ltr”>ରାୟଗଡା ଜିଲା ପଦ୍ମପୁର ନିକଟ ୩୨୬ ଜାତୀୟ ରାଜପଥ ଆଖୁସିଂ ଗ୍ରାମ ନିକଟରେ ଚଢ଼ାଉରେ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ <a href=”https://t.co/jDuVoVsDJi”>pic.twitter.com/jDuVoVsDJi</a></p>&mdash; Samaja Live (@samajalive) <a href=”https://twitter.com/samajalive/status/1733559090738348359?ref_src=twsrc%5Etfw”>December 9, 2023</a></blockquote> <script async src=”https://platform.twitter.com/widgets.js” charset=”utf-8″></script>
ଓ୍ବାଇଲ୍ଡ ଲାଇନ୍ ପ୍ରୋଟେକ୍ସନ ଆକ୍ଟ୍ ୧୯୭୨ରେ ମାମଲା ରୁଜୁ କରିଛି ଏସ୍ଟିଏଫ୍। ସୁଚନା ମୁତାବକ ଏହି ବଜ୍ରକାପ୍ତାକୁ ୫ ଲକ୍ଷରେ ବିକ୍ରି କରାଯାଉଥିବା ଏସ୍ଟିଏଫ୍ ବିଶେଷ ସୁତ୍ରରୁ ଖବର ପାଇଥିଲା ଏବଂ ସେଠାରେ ପହଞ୍ଚି ବଜ୍ରକାପ୍ତାକୁ ଜବତ କରିତିଲା। ଏହାପରେ ଏସଟିଏଫ ପକ୍ଷରୁ ଜବତ ହୋଇଥିବା ବଜ୍ରାକାପ୍ତାକୁ ଗୁଣୁପୁର ବନାଞ୍ଚଳ ଅଧିକାରିଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ବଜ୍ରକାପ୍ତାକୁ ବନାଞ୍ଚଳ ଅଧିକାରିମାନେ ଗୁଣୁପୁର ପ୍ରାଣୀ ଚିକିତ୍ସାଳୟରେ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ପରେ ପାଖ ଜଙ୍ଗଲରେ ଛାଡିଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories