www.samajalive.in
Tuesday, December 9, 2025
26.1 C
Bhubaneswar

ନିଆରା ମନ୍ଦିର : ଏଠି ପ୍ରସାଦରେ ମିଳେ ଖାତାବହି,ଡିଭିଡି..

ହିନ୍ଦୁ ଧର୍ମରେ ପ୍ରସାଦ ହେଉଛି, ଭଗବାନଙ୍କ ନିକଟରେ ସମର୍ପଣ କରାଯାଉଥିବା ପବିତ୍ର ଭୋଗ। ଅଧିକାଂଶ ମନ୍ଦିରର ସ୍ୱତନ୍ତ୍ର ପ୍ରସାଦ ରହିଛି। ଯାହା ଖୁବ ପ୍ରସିଦ୍ଧ ମଧ୍ୟ। ତେବେ ଏପରି କେତେକ ମନ୍ଦିର ରହିଛି, ଯେଉଁଠାରେ କିଛି ନିଆରା ପ୍ରସାଦ ମିଳିଥାଏ। ଜାଣନ୍ତୁ ଭାରତର ସେଭଳି କିଛି ସ୍ୱତନ୍ତ୍ର ମନ୍ଦିର ବିଷୟରେ..
ତ୍ରୀଶୁରର ମଝୁବନଚେରୀରେ ଥିବା ମହାଦେବ ମନ୍ଦିରରେ ପ୍ରସାଦ ରୂପରେ ପାଠ୍ୟପୁସ୍ତକ, ଡିଭିଡି,ସିଡି ଓ ଲେଖିବା ସାମଗ୍ରୀ ରହିଥାଏ। ମନ୍ଦିରର ଟ୍ରଷ୍ଟ ଅନୁଯାୟୀ, ଏପରି ପ୍ରସାଦ ହେବାର କାରଣ, ଜ୍ଞାନ ବଣ୍ଟନ କରିବା ସବୁଠାରୁ ଉତ୍ତମ।
ପଲାନି ପାହାଡରେ ଅବସ୍ଥିତ ପ୍ରଭୁ ମୁରୁଗନଙ୍କ ଏହି ମନ୍ଦିର ଏହାର ବିଶେଷ ପ୍ରସାଦ ପାଇଁ ବହୁତ ଲୋକପ୍ରିୟ। ପାଞ୍ଚଟି ଫଳ, ଗୁଡ ଏବଂ ମିଶ୍ରି ଏଠାରେ ଭୋଗ ଲଗାଯାଏ। ଏହା ପଞ୍ଚାମୃତ ନାମରେ ମଧ୍ୟ ଜଣାଶୁଣା।
ତିରୁଅନନ୍ତପୁରମ୍‌‌ ନିକଟ ଅମ୍ବାଲାପୁଝାରେ ସ୍ଥିତ ଶ୍ରୀକୃଷ୍ଣଙ୍କ ମନ୍ଦିରରେ କ୍ଷୀରୀ ପ୍ରସାଦ ବଣ୍ଟାଯାଏ। ଏହା କ୍ଷୀର, ଚିନି ଏବଂ ଚାଉଳରୁ ତିଆରି। ଏହା ଏକ ସାଧାରଣ ମିଠା।
ଅଲାଗର ମନ୍ଦିର ନାମରେ ଲୋକପ୍ରିୟ ଏହି ମନ୍ଦିର ମଦୁରାଇ ଠାରୁ ୨୧ କିଲୋମିଟର ଦୂରରେ ସ୍ଥିତ। ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ଏଠାରେ ଭକ୍ତଙ୍କୁ ପ୍ରସାଦ ରୂପେରେ ଦୋସା ବଣ୍ଟନ କରାଯାଏ। ଏହାର କାରଣ ହେଉଛି, ଏଠାରେ ଭକ୍ତଙ୍କ ଦ୍ୱାରା ଭଗବାନଙ୍କ ନିକଟରେ ପ୍ରସାଦ ଭାବେ ବିଭିନ୍ନ ପ୍ରକାର ଶସ୍ୟ ଅର୍ପଣ କରାଯାଏ। ଏହି ଶସ୍ୟକୁ ବ୍ୟବହାର କରି ସତେଜ ସ୍ୱାଦିଷ୍ଟ ଦୋସା ପ୍ରସ୍ତୁତ କରାଯାଇ ପ୍ରସାଦ ରୂପେ ବଣ୍ଟାଯାଏ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories