www.samajalive.in
Saturday, December 6, 2025
14.1 C
Bhubaneswar

ରେଲୱେ ଓଭରବ୍ରିଜ ନିର୍ମାଣ ପାଇଁ ଦାବି

ରେଙ୍ଗାଲିକ୍ୟାମ୍ପ : ଅତାବିରା ରେଲୱେ ଷ୍ଟେସନ ନିକଟରେ ଥିବା ରେଲୱେ ଗେଟ (୩୬)ଟି ଅଞ୍ଚଳବାସୀଙ୍କ ପାଇଁ ଦୁଃଖ ସାଜିଛି।ଏହି ରେଲୱେ ଗେଟଟି ଅତାବିରା-ପାହାଡ଼ଶ୍ରୀଗିଡା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ରହିଛି। ଟ୍ରେନ ଯାତାୟାତ ଯୋଗୁଁ ବାରମ୍ବାର ଗେଟଟି ପଡି ରହୁଛି। ଯାହାଫଳରେ ଯାତ୍ରୀମାନେ ଅନେକ ସମୟରେ ଅପେକ୍ଷାରତ ରହୁଛନ୍ତି ଓ ନିଜର ଲକ୍ଷ୍ୟ ସ୍ଥାନକୁ ଠିକ ସମୟରେ ପହଞ୍ଚିପାରୁ ନାହାଁନ୍ତି। ଏପରିକି ସମୟ ସମୟରେ ଦୁଇ ଦୁଇଟି ଟ୍ରେନ ଅତିକ୍ରମ କରିବା ପର୍ୟ୍ୟନ୍ତ ଯାତ୍ରୀମାନଙ୍କୁ ଅପେକ୍ଷା କରିବାକୁ ପଡିଥାଏ। ଏଥିରେ ସ୍କୁଲ କଲେଜ ଛାତ୍ରଛାତ୍ରୀ,ପରୀକ୍ଷାର୍ଥୀ,ଟ୍ରେନ ଯାତ୍ରୀ, ଆମ୍ବୁଲାନ୍ସ ଭଳି ଜରୁରୀ କାଳୀନ ଯାନବାହନ ମଧ୍ୟ ଅଟକି ରହିଯାଏ।
ସୂଚନାଯୋଗ୍ୟ , ଏହି ରାସ୍ତାର ଉଭୟ ମୁଣ୍ଡରେ ଗୁରୁତ୍ୱପୂର୍ଣ ସହର ଅତାବିରା ଓ ପାହାଡ଼ଶ୍ରୀଗିଡା ଗ୍ରାମ ରହିଛି। ଯେଉଁଠାରେ ସ୍କୁଲ, କଲେଜ, ସ୍ୱାସ୍ଥ୍ୟକେନ୍ଦ୍ର, ବ୍ୟାଙ୍କ ଭଳି କାର୍ଯ୍ୟାଳୟ ରହିଛି। ଅତାବିରା ବ୍ଳକର ଟୋପ, ଅମଳିପାଲି, ଜାଙ୍ଗେଡ଼,ପାହାଡ଼ଶ୍ରୀଗିଡା ଭଳି ଅନେକ ଗ୍ରାମ ପଞ୍ଚାୟତ ଅଧିବାସୀ ଏହି ରାସ୍ତାରେ ବ୍ଳକ, ତହସିଲ, ଥାନା, ରେଲୱେ ଷ୍ଟେସନକୁ ଆସିଥାନ୍ତି। ଏହାସହିତ ଏହି ରାସ୍ତା ଦେଇ ଜାତୀୟ ରାଜପଥ(୫୩)କୁ ଆସି ଜିଲ୍ଲା କାର୍ଯ୍ୟାଳୟ, ବୁର୍ଲା ହସ୍ପିଟାଲ, ଭୁବନେଶ୍ୱର, ରାୟପୁର ଭଳି ସହରକୁ ଯିବା ପାଇଁ ଆସିଥାନ୍ତି। ପୁଣି ଏହି ରାସ୍ତା ଦେଇ ଜାତୀୟ ରାଜପଥ(୫୩)ରୁ ହୀରାକୁଦ ଜଳଭଣ୍ଡାରକୁ ପର୍ଯ୍ୟଟକ ମାନେ ଯିବା ଆସିବା କରିଥାନ୍ତି। ଯାହା ଦ୍ୱାର। ରାସ୍ତାରେ ଯାତ୍ରୀଙ୍କ ଗହଳି ରହିଥାଏ। ତୁରନ୍ତ ରେଳ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇ ଓଭର ବ୍ରିଜ ନିର୍ମାଣ କରାଯାଉ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି।ଏହି ଓଭର ବ୍ରିଜ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ୨୦୧୭ ମସିହା ସେପ୍ଟେମ୍ବର ମାସରେ ଏକ ଲିଖିତ ଦାବିପତ୍ର ସମ୍ବଲପୁର ଡିଆରଏମଙ୍କୁ ପ୍ରଦାନ କରାଯାଇଛି। ଏହା ସହିତ ବ୍ରିଜ ନିର୍ମାଣର ଏକ ସର୍ଭେ ମଧ୍ୟ ହୋଇଥିବାର ସୂଚନା ରହିଛି। କିନ୍ତୁ ଆଜି ଯାଏଁ ଏହି ଓଭର ବ୍ରିଜ ହୋଇ ନଥିବାରୁ ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହୁଛି । ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନ ସାଧାରଣ। ତେଣୁ ଦାବୀ ପୁରଣ ନ ହେଲେ ଜନ ସାଧାରଣ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଆଶଙ୍କା କରାଯାଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories