www.samajalive.in
Saturday, December 6, 2025
16.1 C
Bhubaneswar

ବାଘଛାଲ ଜବତ ,୬ ଗିରଫ

ଭବାନୀପାଟଣା : କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପ।ଣି ଘାଟିରେ ବିକ୍ରି ବେଳେ ଗୋଟାଏ ବାଘଛାଲ ଜବତ ହେଇଛି। କଳାହାଣ୍ଡି ଧର୍ମଗଡ ରେଞ୍ଜ ଏବଂ ଛତିଶଗଡ ବନ ବିଭାଗ ପକ୍ଷରୁ ମିଳିତ ଚଢାଉ ବେଳେ ଏକ କଲରାପତରିଆ ବାଘ ଛାଲ ଜବତ ହେଇଛି। ବାଘଟି କଳାହାଣ୍ଡି ଜୟପାଟଣା ଜଙ୍ଗଲରୁ ଶିକାର ପରେ ବିକ୍ରି ପାଇଁ ଡ଼ିଲ ଚାଲିଥିଲା। ଖବର ପାଇ ଉଭୟ ଜିଲ୍ଲାର ବନ କର୍ମଚାରୀଙ୍କ ଏକ ଟିମ୍ ଚଢାଉ କରି ବାଘଛାଲ ଜବତ କରି ୬ ଜଣଙ୍କୁ ଗିରଫ କରିଛି।
ସେମାନଙ୍କୁ କୋକସରା ଜେଏମଏଫ୍ସି କୋର୍ଟରେ ହାଜର କରାଯାଇଛି। ଗିରଫ ବ୍ୟକ୍ତି ମାନେ କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକ୍ ହାଡ଼ଶିଲ ଗାଁର ନବ ମାଝି ଏବଂ ଧୋବା ମାଝି, ଜୟପାଟଣା ବ୍ଲକ ଧନସୁଲି ଗାଁର ଋଷି ମାଝୀ, ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଅଞ୍ଚଳର ଗଣେଶ ଗୌଡ଼ ଏବଂ ଲକ୍ଷ୍ମଣ ଗୌଡ଼, ଖାତିଗୁଡା ଅଞ୍ଚଳର ନବ ନାଏକ ବୋଲି ଜଣାପଡ଼ିଛି। ଗିରଫଙ୍କ ନିକଟରୁ ଦୁଇଟି ବାଇକ୍ , ୫ ଟି ମୋବାଇଲ , ଶିକାରରେ ବ୍ୟବହୃତ ଗୋଟାଏ ଲୁହା ପଞ୍ଜା , ଅଜଗର ସାପ ଚମଡା , ବିଭିନ୍ନ ପଶୁଙ୍କ ହାଡ, ଧନୁ ତଥା ଶିକାରରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଜବତ କରାଯାଇଛି। କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଡିଏଫ୍ଓ ଆର.କାଲାଇଭନନ,
ଏସିଏଫ୍ ବିମଳ ପ୍ରସାଦ ଟପ୍ନୋ ,ଫରେଷ୍ଟର ନିହାର ରଞ୍ଜନ ଠାକୁର ଏବଂ ଛତିଶଗଡ ଏସଟିଏଫ ସଦସ୍ୟ ମାନେ ଏହି ଚଢାଉରେ ସାମିଲ ହେଇଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories