www.samajalive.in
Sunday, December 14, 2025
23.1 C
Bhubaneswar

ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାକୁ ବୃହତ ରପ୍ତାନୀକାରୀ ପୁରସ୍କାର

ଝାରସୁଗୁଡ଼ା  : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଲିମିଟେଡ କ୍ରମାଗତ ଆର୍ଥିକ ୨୦୨୦-୨୧ ଓ ୨୦୨୧ ପାଇଁ ରାଜ୍ୟର ବୃହତ ରପ୍ତାନୀକାରୀ ଭାବେ ଏହାର ଝାରସୁଗୁଡ଼ା ସ୍ମେଲଟରର ଉଲ୍ଳେଖନୀୟ ପ୍ରଦର୍ଶନ ଲାଗି ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କାର ଲାଭ କରିଛି । ଓଡ଼ିଶାର ଶିଳ୍ପ ମନ୍ତ୍ରୀ  ପ୍ରତାପ କେଶରୀ ଦେବଙ୍କ ଦ୍ୱାରା ଏହି ପରସ୍କାରକୁ କମ୍ପାନି ପକ୍ଷରୁ ଅଶୋକ କୁମାର ପାତ୍ର, ମୁଖ୍ୟ ପରୋକ୍ଷ କର ମୁଖ୍ୟ ଓ କରନ କୁମାର ଅଗ୍ରୱାଲ, ଡେପୁଟି ମୁଖ୍ୟ ଟ୍ୟାକସେସନ ଡାଇରେକ୍ଟ ଓ ଇନଡାଇରେକ୍ଟ ଗ୍ରହଣ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ବେଦାନ୍ତ ଏହି ପୁରସ୍କାର ମଧ୍ୟ ୨୦୧୮-୨୦୧୯-୨୦ ପାଇଁ ଲାଭ କରିଥିଲା ।

ଆଲୁମିନିୟମ ବ୍ୟବସାୟର ସିଓଓ  ସୁନୀଲ ଗୁପ୍ତା ପୁରସ୍କାର ବିଷୟରେ କହିଛନ୍ତି ଯେ, ଆମ କଂପାନି ଏହି ସମ୍ମାନଜନକ ଶ୍ରେଷ୍ଠ ରପ୍ତାନୀକାରୀ ପୁରସ୍କାର ପାଇଥିବାରୁ ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ରପ୍ତାନି ପ୍ରୋତ୍ସାହନ ଓ ମାର୍କେଟିଂ ନିର୍ଦ୍ଦେଶାଳୟକୁ ଧନ୍ୟବାଦ ଜଣାଉଛି । ଆମର ଝାରସୁଗୁଡ଼ା ସ୍ମେଲଟରର ଭୂମିକା ମହତ୍ୱପୂର୍ଣ୍ଣ । ଭାରତର ଏକ ତୃତୀୟାଂଶରୁ ଅଧିକ ଆଲୁମିନିୟମ ଉତ୍ପାଦନ କରି ରାଜ୍ୟ ସରକାରଙ୍କ ମେକ ଇନ ଓଡ଼ିଶା ପଦକ୍ଷେପକୁ ଆମେ ଦୃଢ କରିପାରିଛୁ । ଓଡ଼ିଶାର ଅଗ୍ରଗତିରେ ବେଦାନ୍ତର ଭୂମିକା ପାଇଁ ଆମେ ଗର୍ବିତ, ଆଲୁମିନିୟମ ଉତ୍ପାଦନ ଲାଗି ଏକ ବିଶ୍ୱସ୍ତରୀୟ ହବ ଭାବରେ ନିଜ କାର୍ଯ୍ୟକୁ ଆହୁରୀ ତ୍ୱରାନ୍ୱିତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।

- Advertisement -

ବାର୍ଷିକ ୧.୮ ମିଲିୟନ ଟନ ଆଲୁମିନିୟମ ଉତ୍ପାଦନରେ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ପ୍ଲାଂଟ ହେଉଛି ରାଜ୍ୟର ବିଶ୍ୱର ସର୍ବ ବୃହତ ଆଲୁମିନିୟମ ପ୍ଲାଂଟ । ଏହାର ଉତ୍ପାଦ ଗୁଡ଼ିକ ବହୁ ଅତ୍ୟାଧୁନିକ ସାମଗ୍ରୀ ସହ ଏରୋସ୍ପେଶ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେଉଛି । ଏହି ପ୍ଲାଂଟ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଉତ୍ପାଦନ କରୁଛି ଓ ଏହାର କାର୍ଯ୍ୟ ଦକ୍ଷତା ବିଶ୍ୱବ୍ୟାପୀ ପ୍ରଶଂସା ଲାଭ କରିଛି ।

ଉଲ୍ଲେଖଯୋଗ୍ୟଯେ ବେଦାନ୍ତ ଆଲୁମିନିୟମ ଭାରତର ପ୍ରଥମ ନିମ୍ନ ଅଙ୍ଗାରକାମ୍ଳ ଆଲୁମିନିୟମ ରେଷ୍ଟୋରା ପ୍ରବର୍ତନ କରି ଏକ ମାଇଲ ଖୁଂଟ ଅତିକ୍ରମ କରିଛି । ଏହାର ବ୍ୟାପକ ପରିସରର ଗୁଣବତା ଓ ସ୍ଥିରତା ମାନକୁ ବଢାଇବା ପାଇଁ ଏହାର ଉତ୍ସର୍ଗୀକୃତତାକୁ ନିଶ୍ଚିତ କରି କମ୍ପାନି ଭାରତୀୟ ଆଲୁମିନିୟମ ଶିଳ୍ପରେ ପ୍ରଥମ ଅଟେ ଯାହାକି ଉପଲବ୍ଧ ବିଏସ ଗୁଣବତା ମାନଦଣ୍ଡ ଅନୁଯାୟୀ ଏହାର ଉତ୍ପାଦ ଲାଗି ବ୍ୟୁରୋ ଅଫ ଇଣ୍ଡିଆନ ମାନକ ପ୍ରମାଣପତ୍ର ହାସଲ କରିଛି ।

ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସୁଦୂର ଅଂଚଳର ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ବ୍ୟାପକ ପ୍ରୟାସ କରୁଛି ଓ ରାଜ୍ୟର ମୋଟ ଘରୋଇ ଉତ୍ପାଦ ପାଇଁ ଜିଏସଡିପିରେ ପ୍ରାୟ ୫% ଅବଦାନ ରଖିଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାର ପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories