www.samajalive.in
Saturday, December 13, 2025
27.1 C
Bhubaneswar

ଦିଲୀପ, ବିଜୟଙ୍କୁ ବାର୍ତ୍ତା ପଠାଇଲେ ଦାମ

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେବା ପରେ ‘ବିଜୁ ସମତା କ୍ରାନ୍ତି’ ଦଳ ଗଠନ କରିଥିବା ପାରାଦ୍ୱୀପ ବିଧାୟକ ଦାମୋଦର ରାଉତ ଶୁକ୍ରବାର ବିଜେପି ଛାଡ଼ିଥିବା ଦିଲୀପ ରାୟ ଏବଂ ବିଜୟ ମହାପାତ୍ରଙ୍କୁ ଦଳତ୍ୟାଗ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏହି ଦୁଇ ବରିଷ୍ଠ ନେତା ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଦାମ ସେମାନଙ୍କୁ ମୋବାଇଲରେ ବାର୍ତ୍ତା ପଠାଇ ନବଗଠିତ ବିଜୁ ସମତାକ୍ରାନ୍ତି ଦଳର ନେତୃତ୍ୱ ନେବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ଦାମଙ୍କ ନିକଟରୁ ଏଭଳି କୌଣସି ବାର୍ତ୍ତା ପାଇନଥିବା କହିଛନ୍ତି ବିଜୟ ମହାପାତ୍ର।
ଦାମ କହିଛନ୍ତି, ଦିଲୀପ ଓ ବିଜୟ ସ୍ୱାଭିମାନୀ ରାଜନେତା। ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ବିଜେଡିରେ ସାମିଲ ନହେବା ପାଇଁ ସେ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ସେମାନଙ୍କ ନିକଟକୁ ବାର୍ତ୍ତା ପଠାଇ ରାଜ୍ୟ ଶାସନରେ ପରିବର୍ତ୍ତନ ଆଣିବା ସହିତ କୁଶାସନ, ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ଓଡ଼ିଶା ଗଠନ ନେଇ ବିଜୁ ସମତା କ୍ରାନ୍ତି ଦଳର ନେତୃତ୍ୱ ନେବାକୁ ସେ କହିଛନ୍ତି। ଏହି ବାର୍ତ୍ତାରେ ସେ କହିଛନ୍ତି, ତାଙ୍କର କିଛି ଅଭିଳାଷ ନାହିଁ। ରାଜ୍ୟ ଶାସନରେ ପରିବର୍ତ୍ତନ ପାଇଁ ସେମାନେ ତାଙ୍କୁ ବ୍ୟବହାର କରିପାରନ୍ତି। ଦିଲୀପ ଓ ବିଜୟ ପୁଣି ବିଜେଡିକୁ ଫେରିବେ ଏହା ସେ ବିଶ୍ୱାସ କରିପାରୁନଥିବା କହିଛନ୍ତି। ବିଜୁ ସମତା କ୍ରାନ୍ତିରେ ଯୋଗ ଦେବାକୁ ସେ ଉଭୟଙ୍କ ସହ ଅନେକ ଥର ଆଲୋଚନା କରିଥିବା ମଧ୍ୟ ପ୍ରକାଶ କରିଛନ୍ତି।
ଦାମଙ୍କ ନିକଟରୁ କୌଣସି ବାର୍ତ୍ତା ପାଇନଥିବା ପ୍ରକାଶ କରି ଦାମ ଯେଉଁଭଳି କହୁଛନ୍ତି ତାହା ଅତ୍ୟନ୍ତ ପିଲାଳିଆମି। ବାର୍ତ୍ତା ମାଧ୍ୟମରେ ରାଜନୀତି ହୁଏନି। ଦିଲୀପ ଆମେରିକା ଯାଇଛନ୍ତି। ୧୫ ଦିନ ପରେ ଫେରିବେ। ସେ ଆସିବା ପରେ ଆମେ କିଛି ନେତା ବସି ପରବର୍ତ୍ତୀ ନିଷ୍ପତ୍ତି ନେବୁ। ଦିଲୀପ ଓ ବିଜୟଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ସେମାନେ କେଉଁ ଦଳରେ ଯୋଗଦେବେ ତାହା ସ୍ପଷ୍ଟ କରିନାହାନ୍ତି। ବିଜେଡିକୁ ଯିବା ପ୍ରସଙ୍ଗରେ ମଧ୍ୟ ସଠିକ ଚିତ୍ର ମିଳିନାହିଁ। ସେମାନଙ୍କ ବିଜେଡିରେ ଯୋଗଦାନ ଉପରେ ବିଜେଡି ମୁଖପାତ୍ର ସମୀରରଞ୍ଜନ ଦାଶ କହିଛନ୍ତି, ଏସଂକ୍ରାନ୍ତ ନିଷ୍ପତ୍ତି ଦଳ ସଭାପତି ନେବେ। ସେମାନେ ଦଳ ସହ ଯଦି ସମ୍ପର୍କରେ ଥାଆନ୍ତି ବା ବିଜେଡିକୁ ଆସିବାକୁ ଆଗ୍ରହ ପ୍ରକାଶ କରୁଥାଆନ୍ତି ତେବେ ସଭାପତି ନବୀନ ପଟ୍ଟନାୟକ ହିଁ ଏହା ଉପରେ ଚୂଡ଼ାନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories