www.samajalive.in
Wednesday, December 10, 2025
16.1 C
Bhubaneswar

ନବରଙ୍ଗପୁରରେ ୫ ଦିନିଆ କୃଷି ଯନ୍ତ୍ରପାତି ମେଳା, ୨୮ କୋଟିର କୃଷି ଯନ୍ତ୍ରପାତି ବିକ୍ରି

ନବରଙ୍ଗପୁର: ନବରଙ୍ଗପୁର ପୁଲିସ ପଡିଆ ଠାରେ ୫ ଦିନିଆ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଛି। ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଏହିମେଳା ଆଜି ଉଦଯାପିତ ହୋଇଛି। ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭ।ବେ ଜିଲାପାଳ ଡ଼ଃ. କମଳ ଲୋଚନ ମିଶ୍ର ଯୋଗଦେଇ କୃଷକ ମାନେ ଆଧୁନିକ ପ୍ରଣାଳୀରେ ବୈଜ୍ଞାନିକ ପଦ୍ଧତିରେ ଚାଷ କରି କମ ଖର୍ଚ୍ଚରେ ଅଧିକ ଲାଭ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଜିଲା କୃଷି ଅଧିକାରୀ ଜି. ଭେଙ୍କେଟ ରେଡ୍ଡୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ୫ ଦିନ ଧରି ଚାଲିଥିବା ଏହି ମେଳାର ସଫଳତା ସମ୍ପର୍କରେ କହିଥିଲେ। ଜଳ ବିଭାଜିକା ପ୍ରକଳ୍ପର ପ୍ରକଳ୍ପ ନିର୍ଦେଶକ ଚକ୍ରଧର ମିଶ୍ର ଜଳ ସଂରକ୍ଷଣର ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞନିକ ଡ଼ଃ.ଲେଙ୍କା ନୂତନ ଚାଷ ପ୍ରଣାଳୀ ସମ୍ପର୍କରେ କହିଥିଲେ।

ଚଳିତ ବର୍ଷ ମୋଟ ୨୮ କୋଟି ୮୮ ଲକ୍ଷ ୮୩ ହଜାର ୯୨୮ ଟଙ୍କାର କୃଷି ଯନ୍ତ୍ରପାତି ଟ୍ରାକ୍ଟର, ପାୱାର ଟିଲର, ରୋଟାଭେଟର, ଚ।ଉଳ କଳ, ପମ୍ପସେଟ ସମେତ ବିଭିନ୍ନ କୃଷି ଯନ୍ତ୍ରପାତି ବିକ୍ରି ହୋଇଥିଲା। ଏବଂ ଏହାର ସବସିଡ଼ି ୮କୋଟି ୯୧ ଲକ୍ଷ ୫୨ ହଜାର ୮୩୦ ଟଙ୍କ। ଦିଆଯାଇଥିବା ବେଳେ ଏହି ମେଳାରେ ମୋଟ ୧ କୋଟି ୩୦ ଲକ୍ଷ ୯୨ ହଜାର ୯୧୮ ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରି ହୋଇଥିବା ବେଳେ ୩୩ ଲକ୍ଷ ୪୬ ହଜାର ୯୦୦ ଟଙ୍କାର ରିହାତି ଦିଆଯାଇଛି। ଯାହାକି କୃଷି ବିକାଶରେ ଏହି ଜିଲା ୫ ନମ୍ବରରେ ରହିଛି ବୋଲି କୁହାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories