www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ୱତନ୍ତ୍ର ଜିଲ୍ଲା ଦାବି ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଶାନ୍ତିପୂର୍ଣ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ। ଜିଲ୍ଲା ସଙ୍ଘର୍ଷ ସମିତି ଆହ୍ବାନ କ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ସରକାରୀ କର୍ଯ୍ୟାଳୟ ବନ୍ଦ ରହିଛି। ଗାଡି ମଟର ଚଳାଚଳ ସ୍ୱଭାବିକ ରହିଛି। ସ୍ଥାନିୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତା ମାନେ ରସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବନ୍ଦରେ ସହରର ୨୦ରୁ ଅଧିକ ସଂଗଠନ ସାମିଲ ହୋଇଥିଲେ। ଜିଲ୍ଲା ନାହିଁ ତ ଭୋଟ ନାହିଁ ବୋଲି ଆନ୍ଦୋଳନକାରୀମାନେ ନାରା ଦେଇଥିଲେ।

ସ୍ଥାନୀୟ ଇନ୍ଦିରା ଛକରେ ଆଜି ଲଘୁଚାପ ଜନିତ କୋହଲା ପାଗ ସତ୍ୱେ ଜିଲ୍ଲା ସଂଘର୍ଷ କମିଟି ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ପିକେଟିଙ୍ଗ କରି କଣ୍ଟାବାଞ୍ଜିକୁ ଦୀର୍ଘଦିନର ରାଜସ୍ବ ଜିଲ୍ଲାମାନ୍ୟତା ଦାବିକୁ ମାନ୍ୟତା ଦେଇ ଘୋଷଣା କରିବାକୁ ବିଭିନ୍ନ ସ୍ଲୋଗାନ ଦେବା ସହ ନାରାବାଜି କରି ଧାରଣାରେ ବସିଥିବା ଦେଖାଯାଇଥିଲା। ସଂଘର୍ଷ ସମିତି ସଭାପତି ଶେଷଦେବ ପୁଟେଲ, ଓକିଲ ସଙ୍ଘ ତରଫରୁ ଆଇନଜୀବୀ ଶେଷଦେବ ନାଗ ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories