ଦୋବଲ: ଭଦ୍ରକ ଜିଲ୍ଲା ଧାମନଗର ହବିବନଗର ରେହମତ ଖାଁଙ୍କ ନାମରେ ବିଭିନ୍ନ ସମୟରେ ଜିଏସ୍ଟି ଫାଙ୍କିବା ଅଭିଯୋଗ ହୋଇଆସୁଥିଲା। ତେବେ ମଙ୍ଗଳବାର ରେହମତ୍ ଖାଁଙ୍କ ଘର ସମେତ ଦୋକାନ ଓ ମାଲ ଗୋଦାମ ଗୃହ ଉପରେ କମର୍ସିଆଲ ଆଣ୍ଡ ଜିଏସ୍ଟି ବିଭାଗ ପକ୍ଷରୁ ଚଢାଉ ଚାଲିଛି। ରାଜ୍ୟ କମର୍ସିଆଲ ଆଣ୍ଡ ଟ୍ୟାକ୍ସ ଓ ଜିଏସ୍ଟି ବିଭାଗର ୧୨ ଜଣିଆ ଟିମ ସମେତ ୮ ଜଣ ପୁଲିସ କର୍ମଚାରୀ ଏହି ଚଢାଉରେ ସାମିଲ ଥିବା ସୂଚନା ମିଳିଛି।
ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଧାମନଗରର ରେହମତ ଖାଁଙ୍କର ଗ୍ରୋସରୀ ବିଜନେସ ରହିଛି। ତେବେ ରେହମତ୍ ଟ୍ରକ ଟ୍ରକ ସାମଗ୍ରୀ ମଗାଇ ଲକ୍ଷ ଲକ୍ଷ ଟଙ୍କା ଜିଏସ୍ଟି ଫାଙ୍କିଥିବା ଅଭିଯୋଗ ହେଉଥିଲା। ତେବେ ତାଙ୍କର ଶତାଧିକ ମାଲ ଗୋଦାମ ରାହିଥିବା ବେଳେ ଆଜି ଜିଏସ୍ଟି ବିଭାଗ ପକ୍ଷରୁ ଘର ସମେତ ୩ରୁ ୪ଟି ମାଲ ଗୋଦାମ ଉପରେ ଚଢାଉ କରୁଥିବା ବେଳେ ଅନ୍ୟ ଗୋଦାମ ଗୃହର ଟେର ପାଉନାହିଁ ଜିଏସ୍ଟି ବିଭାଗ।



