ଗୁରୁଡ଼ିଝାଟିଆ: ଖୁଣ୍ଟୁଣୀ ସ୍ଥିତ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଶଶିଭୁଷଣ ମିଶ୍ର ସଚେତନତା କାର୍ଯ୍ୟକ୍ରମକୁ ଉଦଘାଟନ କରି ସଂଯମତା, ସୁରକ୍ଷା ଓ ସଚେତନତା ଏଡସ ମହାମାରୀକୁ ରୋକିବା କ୍ଷେତ୍ରରେ ମୁଖ୍ୟ ଅସ୍ତ୍ର ବୋଲି କହିଥିଲେ। ଯୁବ ରେଡକ୍ରସ କାଉସିଲର ଅଧ୍ୟାପକ ଉଦୟନାଥ ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଅମିତ ମିଶ୍ର, ଦିପ୍ତିରଞ୍ଜନ ବାରିକ, କୁନ୍ତଳା ବେଉରାୟ, ନିରଞ୍ଜନ ପତ୍ରୀ ପ୍ରମୁଖ ଯୋଗଦେଇ ଏଡସ୍ ରୋକିବା ଦିଗରେ କି ଉପାୟର ଆବଶ୍ୟକତା ରହିଛି ସେ ସଂପର୍କରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ବିଦ୍ୟାର୍ଥୀମାନେ ଏକ ସଚେତନତା ରାଲି ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ।
Popular Categories



