www.samajalive.in
Sunday, December 14, 2025
14.1 C
Bhubaneswar

ଶୁକ୍ରବାର ରାଶିଫଳ (୦୧.୧୨.୨୦୨୩)

ମେଷ : ବ୍ୟକ୍ତିଗତ ବ୍ୟବସାୟ ଓ ସହଯୋଗ ବ୍ୟବସାୟ ଲାଭପ୍ରଦ ହେବ। ମନୋରଞ୍ଜନ କାର୍ଯ୍ୟରେ ଉଚ୍ଚ ପ୍ରଶଂସା ମିଳିବ। ଭୋଗୀ ଓ ବିଳାସୀ ହେବେ। ସେବା, ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।

ବୃଷ : ନୀରୋଗ ଶରୀର ସମ୍ପନ୍ନ ହୋଇପାରନ୍ତି। ଧନବାନ୍‌ ହେବେ। ପତ୍ନୀ ମନୋହାରିଣୀ ହୋଇପାରନ୍ତି। ମୋକଦ୍ଦମା ହେଉ ବା ନିର୍ବାଚନ; ନିଶ୍ଚିତ ବିଜୟୀ ହେବେ। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିବେ।

ମିଥୁନ : ପୁତ୍ର, କନ୍ୟାମାନେ ଶୋଭାଯୁକ୍ତ ହେବେ। କନ୍ୟାମାନଙ୍କ ମଧ୍ୟରେ କେହି ସଙ୍ଗୀତ ନିପୁଣା ହୋଇପାରନ୍ତି। ନୃତ୍ୟରେ ପାରଦର୍ଶୀ ହେବେ। ଚାକିରିରେ ଉଚ୍ଚ ପଦପଦବୀଯୁକ୍ତ ହେବେ। ଲଟେରିରୁ ଲାଭ ମିଳିବ।

କର୍କଟ : ମାତୃଭକ୍ତ ହେବେ। ଉଚ୍ଚାଭିଳାଷୀ ହୋଇପାରନ୍ତି। ଭୂମି ଲାଭ ସହିତ ଯାନବାହନଯୁକ୍ତ ହେବାର ସୂଚନା ମିଳୁଛି। ପରିବହନ ବ୍ୟବସାୟରେ ଲାଭ ପ୍ରାପ୍ତିର ସୁଯୋଗ ଅଛି। ଶାସ୍ତ୍ରଜ୍ଞ ଓ ଜ୍ୟୋତିଷ ଶାସ୍ତ୍ରବିଦ୍‌ ହେବେ।

ସିଂହ : ଭାଇ, ଭଉଣୀମାନେ ଉଚ୍ଚ ଶିକ୍ଷିତ ହୋଇପାରନ୍ତି। ମିତ୍ରଙ୍କ ସହିତ ଅଧିକ ସୁସମ୍ପର୍କ ଯୋଡ଼ି ସନ୍ତୋଷ ଲାଭ କରିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ସୁଲେଖକ ଓ ସୁବକ୍ତା ହୋଇପାରନ୍ତି।

କନ୍ୟା : ପତ୍ନୀ ରୂପବତୀ ହେବେ। ପର ଧନରେ ଧନୀ ହୋଇପାରନ୍ତି। ରାଜନୈତିକ ନେତାଙ୍କ ଦ୍ବାରା କାର୍ଯ୍ୟ ହାସଲ କରିପାରନ୍ତି। ହୋଟେଲ ଓ ବ୍ୟୁଟିପାର୍ଲର ସଂସ୍ଥାରୁ ଲାଭବାନ୍‌ ହେବେ। ସୁଖ ଭୋଗ ହେବ।

ତୁଳା : ରୂପବାନ୍‌ ହେବେ। ହାସ୍ୟ ମୁଖ ହୋଇ ହୋଇପାରନ୍ତି। ଗଣିତଜ୍ଞ ହେବେ। କବି ହେବେ। ସୁନ୍ଦର ଦ୍ରବ୍ୟର ଅଭିଳାଷୀ ହୋଇପାରନ୍ତି। ମହିଳାମାନେ ଲାବଣ୍ୟମୟୀ ରୂପର ଅଧିକାରିଣୀ ହେବେ।

ବିଛା :  ସମସ୍ତ ସୁଖ ସ୍ବାଚ୍ଛନ୍ଦ୍ୟ ଭୋଗ କରିପାରନ୍ତି। ଗୁପ୍ତ ବିଦ୍ୟାରେ ଅଦ୍ଭୂତପୂର୍ବ ସଫଳତା ମିଳିବ। ସଙ୍ଗୀତପ୍ରେମୀ ହେବେ। କର୍ମଚଞ୍ଚଳ ଓ କର୍ମଠ ହେବେ। ବାସଗୃହର ଦକ୍ଷିଣ ଦିଗ ଖୋଲା ରଖିପାରନ୍ତି।

ଧନୁ : ମହାଧନୀ ହୋଇପାରନ୍ତି। ମିତ୍ର, ବନ୍ଧୁଯୁକ୍ତ ହେବେ। ବିବାହ ପରେ ଭାଗ୍ୟ ଉଦୟ ହେବ। ସାମାଜିକ କାର୍ଯ୍ୟରେ ସଫଳତା ମିଳିବ। କଳା କୁଶଳୀ ହେବେ। ରୂପବାନ୍‌ ହୋଇପାରନ୍ତି। ଦୈବୀ ଶକ୍ତି ପ୍ରାପ୍ତ ହେବେ।

ମକର : ସୁଶିକ୍ଷିତ ହେବେ। ସୁନ୍ଦରୀ ପତ୍ନୀଯୁକ୍ତ ହୋଇପାରନ୍ତି। ଧନୀ ହେବେ। ପ୍ରସାଧନ ସାମଗ୍ରୀ ବ୍ୟବସାୟରୁ ଅଧିକ ଲାଭ ମିଳିବ। ପରିବହନ କାର୍ଯ୍ୟରେ ନିଜ ଗାଡ଼ିର ବିନିଯୋଗ କରି ଲାଭବାନ୍‌ ହେବେ।

କୁମ୍ଭ : ଉଚ୍ଚ ଶିକ୍ଷିତ ଓ ଦୟାଳୁ ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ବେପରବାୟ ପ୍ରକୃତିର ହେବେ। ପ୍ରତିରକ୍ଷା ବିଭାଗରେ ଉଚ୍ଚ ପଦବୀରେ ଅଧିଷ୍ଠିତ ହେବେ। ଦୂରଦର୍ଶୀ ଓ ବିବେକୀ ହେବେ।

ମୀନ : ଚାକିରି କ୍ଷେତ୍ରରେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇପାରନ୍ତି। ଉତ୍ତମ ଓ ଶୃଙ୍ଖଳିତ ସନ୍ତାନ ପ୍ରାପ୍ତିର ସୂଚନା ମିଳୁଛି। ସାଂସ୍କୃତିକ କାର୍ଯ୍ୟରେ ଭାଗ ନେଇ ଉଚ୍ଚ ପ୍ରଶଂସା ଲାଭ କରିପାରନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories