www.samajalive.in
Sunday, December 14, 2025
14.1 C
Bhubaneswar

ସରସ୍ୱତୀ ଶିଶୁମନ୍ଦିରରେ ବାର୍ଷିକ ଖେଳକୁଦ

ଆଠଗଡ : ଆଠଗଡ ସହରର ରାସରସିକପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୩ଦିନିଆ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ଗୁରୁବାର ଉଦ୍‌‌ଯାପିତ ହୋଇଯାଇଛି । ମଙ୍ଗଳବାର ସ୍କୁଲର ଛାତ୍ରଛାତ୍ରୀ ମା’ ବାଉତୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ସ୍କୁଲ ପରିସରରେ ପହଞ୍ଚିବା ପରେ ବାର୍ଷିକ ଖେଳକୁଦ କାର୍ଯ୍ୟକ୍ରମ ଉଦ୍‌‌ଘାଟିତ ହୋଇଥିଲା। ଶିଶୁମନ୍ଦିର ପରିଚାଳନା କମିଟି ସଭାପତି ଆଇନଜୀବୀ ଅଦ୍ୱୈତ ଚରଣ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌‌ଘାଟନୀ ଉତ୍ସବରେ ଅବସରପ୍ରାପ୍ତ ମୁରଲୀଧର ବେହେରା ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରି ଏବଂ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଖେଳକୁଦକୁ ଉଦ୍‌‌ଘାଟନ କରିଥିଲେ। ଶ୍ରୀ ବେହେରା ଶିକ୍ଷା ସହିତ ଖେଳକୁଦର ଆବଶ୍ୟକତା ସଂପର୍କରେ ଆଲୋକପାତ କରିବା ସହ ନିୟମିତ ଖେଳାଖେଳି ଦ୍ୱାରା କୋମଳମତି ଛାତ୍ରଛାତ୍ରୀଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଖେଳ ଆମକୁ ଶୃଙ୍ଖଳିତ କରିବା ସହିତ ନିଜ ନିଜ ଭିତରେ ଏକ ଭାତୃତ୍ୱଭାବ ସୃଷ୍ଟି କରିଥାଏ ବୋଲି ସଭାପତି ଆଇନଜୀବୀ ଶ୍ରୀ ପଣ୍ଡା ମତପ୍ରକାଶ କରିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ରଘୁନାଥ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ବିଭିନ୍ନ ଖେଳ ପ୍ରତିଯୋଗିତାରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପରିଚାଳନା କମିଟି ସଭାପତି ଶ୍ରୀ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌‌ଯାପନୀ ଉତ୍ସବରେ ଉପସଭାପତି ଉଦୟନାଥ ଶତପଥୀ ଓ ସଂପାଦକ ଶରତ ଚନ୍ଦ୍ର ସାମନ୍ତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏଥି ସହିତ ଦୀର୍ଘ ୧୪ବର୍ଷ ଧରି ବିଦ୍ୟାଳୟର କ୍ରୀଡା କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରିଥିବା କ୍ରୀଡା ଶିକ୍ଷକ ଶ୍ରୀ ଦାସଙ୍କୁ ସେମାନେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସ୍କୁଲର ପ୍ରଧାନ ଆଚାର୍ଯ୍ୟା ମନସ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କ୍ରୀଡା ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ପ୍ରଥମସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ପ୍ରାନ୍ତୀୟ ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories