www.samajalive.in
Sunday, December 14, 2025
23.1 C
Bhubaneswar

ଗଞ୍ଜାମ କଲେଜରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

ଗଞ୍ଜାମ : ଗଞ୍ଜାମ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୁବ ଓଡିଶା ନୂଆ ଓଡିଶା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା,ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ  ଅଧିକାରୀ  ରବିନାରାୟଣ ବେହେରା, ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ, ମୁଖ୍ୟ ବକ୍ତା ପୂର୍ବତନ କଲେଜ ଅଧକ୍ଷ ଡ଼କ୍ଟର ପ୍ରବୀଣ କୁମାର ନନ୍ଦ, ଧନ୍ଦାମୂଳକ ବରିଷ୍ଠ ଅଧ୍ୟାପକ ଗଦାଧର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ। ଅତିଥି ମାନେ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଦ୍ଵାରା ଯୁବକ ମାନଙ୍କ ମଧ୍ୟ୍ୟରେ ରହିଥିବା  ପ୍ରତିଭାର ଉନ୍ନତି ହୋଇପାରିବ ବୋଲି କହିଥିଲେ। କଲେଜ ଅଧ୍ୟକ୍ଷ ସିମାଞ୍ଚଳ ଭୋଳ ସଭାପତିତ୍ୱ କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ସୁଶାନ୍ତ ମହାନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଇଂରାଜୀ ଅଧ୍ୟାପକ ଦୁର୍ଗା ପ୍ରସାଦ ଦାସ ଓ ଇତିହାସ ଅଧ୍ୟାପକ ରବୀନ୍ଦ୍ର ସେଠୀ କଲେଜ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଯଥା ପ୍ଳାଷ୍ଟିକ ବର୍ଜନ, ଯୌତୁକ ପ୍ରଥା ଉଛେଦ, ବାଲ୍ୟ ବିବାହ ଉଛେଦ ଆଦି ସଚେତନତା କାର୍ଯ୍ୟକ୍ରମ, ଯୋଗ ଶିବିର ରକ୍ତଦାନ ଶିବିର, ସାଂସୃତିକ କାର୍ଯ୍ୟକ୍ରମ, ସ୍ଵଛତା ଅଭିଯାନ, ସଡ଼କ ସୁରକ୍ଷା ଅଭିଯାନ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ଯୁବ ଦକ୍ଷତା ବୃଦ୍ଧି ଓ କଲେଜର ଭିତ୍ତିଭୂମି ପାଇଁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ  ଅଧିକାରୀ ଶ୍ରୀ ବେହେରା ମତ ବ୍ୟକ୍ତ କରିଥିଲେ।
ଅରୁନ୍ଧତୀ ସିଂ କୃତି ପ୍ରତିଯୋଗୀଙ୍କ ଙ୍କୁ ପୁରସ୍କାର କାର୍ଯ୍ୟକ୍ରମ ର ବିବରଣୀ ପ୍ରଦାନ କରିଥିଲେ। ଏହାକୁ କଲେଜ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ପ୍ରମୁଖ ପରିଚାଳନା କରିଥିଲେ ପରେ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଗଞ୍ଜାମ ମହାବିଦ୍ୟାଳୟ ସମେତ ସରକାରୀ ଧନ୍ଦା ମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଗଞ୍ଜାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଲଷ୍ମୀନାରାୟଣ ପଣ୍ଡା, ଅଧ୍ୟାପକ ଗିରିଶ ଆଚାର୍ଯ୍ୟ, ଆଦିତ୍ୟ ମହାପାତ୍ର, ଅଜୟ ବାରିକି, ରଘୁନାଥ ରେଡି, ଉମେଶ ଅଚର୍ଯ୍ୟା, ଲୁରା ପାଢ଼ୀ, ସମେତ ଅନ୍ୟମାନେ ପରିଚାଳନା କରିଥିଲେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories