www.samajalive.in
Saturday, December 6, 2025
14.1 C
Bhubaneswar

ଭେଟନ୍ତୁ ଏହି ‘ଚଲତା ଫିରତା ଡଷ୍ଟବିନ୍‍’ଙ୍କୁ

କଟକ: ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ପାଇଁ ଜଣେ ଯୁବକ ଅଭିନବ ପ୍ରୟାସ କରିଛନ୍ତି। ବିଷ୍ଣୁ ଭଗତ ନାମକ ୩୬ ବର୍ଷ ବୟସ୍କ ଯୁବକ ଜଣକ ନିଜକୁ ଡଷ୍ଟବିନ୍‍ ଭାବେ ସଜାଇ ଏ ସ୍କୁଲ୍‍ରୁ ସେ ସ୍କୁଲ୍‍, ଏ କଲେଜ୍‍ରୁ ସେ କଲେଜ୍‍ ବୁଲୁଛନ୍ତି। ବୁଲି ବୁଲି ଛାତ୍ରଛାତ୍ରୀଙ୍କୁ ପ୍ଳାଷ୍ଟିକ ବର୍ଜନ ଓ ପରିବେଶ ସୁରକ୍ଷା ବାର୍ତ୍ତା ଦେଉଛନ୍ତି। ଏଥିପାଇଁ ଲୋକେ ତାଙ୍କୁ ‘ଚଲ୍‍ତା ଫିରତା ଡଷ୍ଟବିନ’ ବୋଲି ଡାକୁଛନ୍ତି। ତେବେ ସେଥିପ୍ରତି ଖାତିର ନ କରି ବିଷ୍ଣୁ ତାଙ୍କ ପ୍ରଚେଷ୍ଟା ଜାରି ରଖିଛନ୍ତି।
ପ୍ରତିଦିନ ସକାଳୁ ସେ ନିଜକୁ ବିିଭିନ୍ନ ରଙ୍ଗବେରଙ୍ଗୀ ପଲିଥିନ ବ୍ୟାଗରେ ସଜାଇ ବାହାରି ଯାଆନ୍ତି ସ୍କୁଲ୍‍କୁ। ସେଠାରେ ଛାତ୍ରଛାତ୍ରୀଙ୍କୁ କହନ୍ତି, ‘ଦେଖ ମୁଁ ଏହି ବେଶରେ ଅସୁନ୍ଦର ଦେଖାଯାଉଛି ନା? ତେବେ ଏଭଳି ପଲିଥିନ ଯୋଗୁଁ ପ୍ରକୃତି କେତେ ଅସୁନ୍ଦର ଦେଖାଯାଉ ନ ଥିବ?। ପ୍ରକୃତିକୁ ସୁନ୍ଦର କରିବା ପାଇଁ ଓ ପରିବେଶକୁ ବଞ୍ଚାଇବା ପାଇଁ ପଲିଥିନ ବ୍ୟାଗ୍‍ ବ୍ୟବହାର କରନ୍ତୁ ନାହିଁ।’ ଏଥିସହିତ ପଲିଥିନ ବ୍ୟବହାରର ପ୍ରଭାବ ସମ୍ପର୍କରେ ମଧ୍ୟ ସେ ଛାତ୍ରଛାତ୍ରୀଙ୍କୁ ସଚେତନ କରୁଛନ୍ତି। ପରିବେଶ ସଚେତନ ଓ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ସେ ତାଙ୍କ ପୋଷାକରେ ବ୍ୟାନର ଆକାରରେ ମଧ୍ୟ ଲେଖିଛନ୍ତି। ବିଷ୍ଣୁଙ୍କୁ ଦେଖିବା ମାତ୍ରେ ଛାତ୍ରଛାତ୍ରଙ୍କ ମଧ୍ୟରେ ଅନେକ ଉତ୍ସାହ ସୃଷ୍ଟି ହେଉଥିବା ଏକ ସ୍କୁଲ୍‍ର ଅଧ୍ୟକ୍ଷ କହିଛନ୍ତି।
ଏଭଳି ଅଭିନବ ଭାବନା ସମ୍ପର୍କରେ ବିଷ୍ଣୁ କହିଛନ୍ତି ଯେ ଥରେ ଏକ ଗାଈ ପଲିଥିନରେ ଥିବା କିଛି ଖାଦ୍ୟ ଖାଇବା ବେଳେ ଉକ୍ତ ପଲିଥିନକୁ ମଧ୍ୟ ଖାଇଦେଇଥିଲା। କିଛି ଦିନ ମଧ୍ୟରେ ଗାଈଟିର ମୃତ୍ୟୁ ହୋଇଥିଲା। ଏହି ଘଟଣା ମୋତେ ଖୁବ୍‍ ପ୍ରଭାବିତ କରିଥିଲା। ଏହାପରେ ସେ ପଲିଥିନ ଓ ପରିବେଶ ସଚେତନତା ପାଇଁ ଚିନ୍ତା କରିଥିଲି।

ସୌଜନ୍ୟ: ଏନଡିଟିଭି

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories