www.samajalive.in
Sunday, December 14, 2025
15.1 C
Bhubaneswar

ଓଡ଼ିଶା, ଛତିଶଗଡ଼ ରାଜ୍ୟପାଳଙ୍କ ଦ୍ବାରା ‘ଓଡ଼ିଶା ଗବେଷଣା କେନ୍ଦ୍ର’ ଉଦ୍‌ଘାଟିତ

ଭୁବନେଶ୍ୱର : ସମ୍ବିଧାନ ଦିବସ ଅବସରରେ ରବିବାର ଆଇଏମ୍‌ଏମ୍‌ଟି ପରିସରରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ବାରା ‘ଓଡ଼ିଶା ଗବେଷଣା କେନ୍ଦ୍ର’ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଶ୍ରୀ ହରିଚନ୍ଦନ କହିଥିଲେ ସବୁ ସଂସ୍କୃତିକୁ ନେଇ ଭାରତୀୟ ସଂସ୍କୃତି ବିଶ୍ବରେ ମୁଣ୍ଡ ଟେକିଛି। ଓଡ଼ିଶାର ଇତିହାସ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ ହେଉ ବୋଲି ସେ ମତପୋଷଣ କରିଥିଲେ । ଶ୍ରୀ ଦାସ ଏହି ଗବେଷଣା କେନ୍ଦ୍ର ଏକ ନୂତନ ଅଧ୍ୟାୟ ଉନ୍ମୋଚନ କରିଛି ବୋଲି କହିଥିଲେ।
ଏହି ଅବସରରେ ଆୟୋଜିତ ଓଡ଼ିଶାର ଜ୍ଞାନ ଏବଂ ପରମ୍ପରା ଉପରେ ଏକ ଦିବସୀୟ କର୍ମଶାଳାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିର ଭାବନାରେ ଆଇଆଇଟିରୁ ଆଇଆଇଏମ୍ ପର୍ଯ୍ୟନ୍ତ ବହୁମୁଖୀ ଶିକ୍ଷାଦାନ ଉପରେ ପ୍ରାଥମିକତା ଦିଆଯାଇଛି। ଆମର ସମୃଦ୍ଧ, ସମ୍ପନ୍ନ ଓ ଗୌରବମୟ ଓଡ଼ିଆ ସମାଜକୁ ସମୀକ୍ଷା କରିବାକୁ ହେଲେ ଓଡ଼ିଶାର ଶିଳ୍ପୀଙ୍କ ଦ୍ୱାରା ନିର୍ମିତ କୋଣାର୍କ ମନ୍ଦିରର ପଥର ଖଣ୍ଡ ପଛର ବୈଜ୍ଞାନିକ କାରଣ ଓ ପ୍ରକ୍ରିୟାର ମୌଳିକ ତତ୍ତ୍ୱ ଅନ୍ୱେଷଣ କରିବା ପାଇଁ ହେବ।
ଶ୍ରୀ ପ୍ରଧାନ ଆହୁରି କହିଥିଲେ ସଠିକ୍ ଗବେଷଣା ଓ ତଥ୍ୟ ପ୍ରମାଣ ଅଭାବରୁ ଓଡ଼ିଶାର ସମୃଦ୍ଧ ଓ ଗୌରବମୟ ଇତିହାସ କେବଳ ଲୋକକଥାରେ ସୀମିତ ରହିଯାଇଛି। ‘ଓଡ଼ିଶା ଗବେଷଣା କେନ୍ଦ୍ର’ (ଓଆରସି) ତଥ୍ୟ ପ୍ରମାଣ ଆଧାରରେ ଓଡ଼ିଶାର ଲୁକ୍କାୟିତ ଲୋକକଥାକୁ ଲୋକଲୋଚନକୁ ଆଣିବ ତଥା ଓଡ଼ିଶାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଅନୁସନ୍ଧାନ କରିବ। ସନ୍ଥକବି ବଳରାମ ଦାସଙ୍କ ଦ୍ୱାରା ଲିଖିତ ଲକ୍ଷ୍ମୀ ପୁରାଣ କେବଳ ଧାର୍ମିକ ନୁହେଁ ବରଂ ମହିଳା ସଶକ୍ତୀକରଣ ଓ ସ୍ୱଚ୍ଛତା ବାର୍ତ୍ତା ଦେଉଛି। ମହିମା ଧର୍ମର ମାହାତ୍ମ୍ୟ ଓ ସନ୍ଥକବି ଭୀମ ଭୋଇଙ୍କ ବାଣୀ ବିଶ୍ୱକୁ ପ୍ରଭାବିତ କରିଛି। ଓଡ଼ିଶା ଗବେଷଣା କେନ୍ଦ୍ରରେ ଓଡ଼ିଶା ଓ ଓଡ଼ିଆଙ୍କ ଜନଜୀବନକୁ ନେଇ ଗବେଷଣା କରୁଥିବା ବ୍ୟକ୍ତିବିଶେଷଙ୍କ ସହ ଯୁବ ଗବେଷକ ଏବଂ ଓଡ଼ିଆ ଲୋକଙ୍କୁ ଯୋଡିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ଓଡ଼ିଆ ଭାଷା, କଳା ଓ ସଂସ୍କୃତି ଓ ଶିକ୍ଷାକୁ ବ୍ୟାପକ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ଅଧୀନରେ ଥିବା ଓଡ଼ିଶା ଗବେଷଣା କେନ୍ଦ୍ର ଆରମ୍ଭ କରାଯାଇଛି । ଏହାର ବ୍ୟାପକତା ପାଇଁ ଶିକ୍ଷା ମନ୍ତ୍ରଣାଳୟର ଭାରତୀୟ ଜ୍ଞାନ ପ୍ରଣାଳୀ (ଆଇକେଏସ) ଡିଭିଜନ, ଆଇସିଏସଏସଆର, ଆଇଆଇଏମ୍ ସମ୍ବଲପୁର, ଆଇଆଇଟି ଖଡ଼ଗପୁର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆଇସିଏସଏସଆର ଏବଂ ଶିକ୍ଷା ମନ୍ତ୍ରଣାଳୟର ଆଇକେଏସ ଡିଭିଜନ ଏଭଳି ଗବେଷଣା କେନ୍ଦ୍ର ଓଡ଼ିଶା ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାରେ ଓଡ଼ିଶାକୁ ପ୍ରଥମ ରାଜ୍ୟ ଭାବେ ମନୋନୟନ କରି ଏହି ପଦକ୍ଷେପ ନେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories