www.samajalive.in
Monday, December 15, 2025
26.1 C
Bhubaneswar

ବିମାନ ମଧ୍ୟରେ ବାହାଘର

ନୂଆଦିଲ୍ଲୀ : ଦୁବାଇସ୍ଥିତ ଏକ ଭାରତୀୟ ଦମ୍ପତିଙ୍କ ବିବାହ ଉତ୍ସବ ବିମାନ ମଧ୍ୟରେ ଅନୁଷ୍ଠିତ ହୋଇଛି। ନଭେମ୍ବର ୨୪ ତାରିଖରେ ବୋଇଂ ୭୪୭ ମଧ୍ୟରେ ଏହି ଦମ୍ପତିଙ୍କର ବିବାହ ପରିବାର ସଦସ୍ୟ ଓ ବନ୍ଧୁଙ୍କ ଗହଣରେ ହୋଇଥିଲା। ବିବାହ କରିଥିବା ଦମ୍ପତି ହେଲେ ବିଧି ପୋପଲେ ଓ ହ୍ରିଦେଶ ସୈନାଇ। ବିଧି ହେଉଛନ୍ତି ୟୁଏଇସ୍ଥିତ ବ୍ୟବସାୟୀ ଦିଲୀପ ପୋପଲେଙ୍କ ଝିଅ। ଉତ୍ସବରେ ୩୫୦ଜଣ ଅତିଥି ସାମିଲ ହୋଇଥିଲେ। ବିବାହ ଉତ୍ସବ ୩ଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ବିମାନ ଦୁବାଇରୁ ଓମାନ ଯାତ୍ରା କରିଥିଲା। ଏପରିକି ବିମାନ ମଧ୍ୟରେ ବରଯାତ୍ରୀ ଦଳ ନାଚ ଗୀତ କରିଥିଲେ। ୨୮ବର୍ଷ ପୂବେ ବିଧିଙ୍କ ପିତାମାତା ଆକାଶରେ ବିବାହ କରି ଚର୍ଚ୍ଚାକୁ ଆସିଥିଲେ। ବିଧିଙ୍କ ପିତାମାତା ଏୟାର ଇଣ୍ଡିଆର ଏକ ବିମାନ ମଧ୍ୟରେ ବିବାହ କରିଥିଲେ। ପୋପଲେ ପରିବାର ୟୁଏଇ ଓ ଭାରତରେ ଅଳଙ୍କାର ଓ ହୀରା ବ୍ୟବସାୟ କରନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories