www.samajalive.in
Saturday, December 13, 2025
26.1 C
Bhubaneswar

ଇସ୍ରାଏଲ-ହମାସ୍‌ ଯୁଦ୍ଧ : ତୃତୀୟ ଦିନରେ ୧୮ ପଣବନ୍ଦୀ ମୁକ୍ତ

ତେଲ ଆବିଭ୍‌ : ଇସ୍ରାଏଲ ଓ ହମାସ ଯୁଦ୍ଧର ଅସ୍ତ୍ରବିରତି ବୁଝାମଣା କ୍ରମରେ ରବିବାର ତୃତୀୟ ଦିନରେ ୧୮ଜଣ ପଣବନ୍ଦୀ ମୁକ୍ତ ହୋଇଛନ୍ତି। ମୁକ୍ତ ହୋଇଥିବା ପଣବନ୍ଦୀଙ୍କ ମଧ୍ୟରେ ୧୩ଜଣ ଇସ୍ରାଏଲ ନାଗରିକ ଥିବାବେଳେ ୫ଜଣ ଅନ୍ୟାନ୍ୟ ଦେଶର ନାଗରିକ ଅଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ରୁଷିଆ ନାଗରିକ ଥିବା କାତାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି। ମୁକ୍ତ ପଣବନ୍ଦୀମାନଙ୍କୁ ହମାସ ଆତଙ୍କବାଦୀମାନେ ରେଡ୍‌କ୍ରସ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ପଣବନ୍ଦୀଙ୍କ ମୁକ୍ତି ପ୍ରତିବଦଳରେ ଇସ୍ରାଏଲ ଆଉ ୩୯ଜଣ ପାଲେଷ୍ଟାଇନ ନାଗରିକଙ୍କୁ କାରାଗାରରୁ ମୁକ୍ତ କରିଛି। ଏହା ପୂର୍ବରୁ ଶନିବାର ରାତିରେ ଦ୍ବିତୀୟ ପର୍ଯ୍ୟାୟରେ ୧୭ଜଣ ପଣବନ୍ଦୀ ମୁକ୍ତ ହୋଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ମୁକ୍ତ ପଣବନ୍ଦୀଙ୍କ ମଧ୍ୟରେ ୧୩ଜଣ ଇସ୍ରାଏଲ ନାଗରିକ ଥିବାବେଳେ ୪ଜଣ ଥାଇଲାଣ୍ଡ ନାଗରିକ ଅଛନ୍ତି। ଶନିବାର ମୁକ୍ତ ହୋଇଥିବା ପଣବନ୍ଦୀଙ୍କ ମଧ୍ୟରେ ଜଣେ ଆୟର୍ଲାଣ୍ଡ ଜନ୍ମିତ ଇସ୍ରାଏଲ ନାବାଳିକା ରହିଥିଲେ। ଏହି ନାବାଳିକାର ବୟସ ୯ବର୍ଷ। ନାବାଳିକା ଜଣଙ୍କର ଯୁଦ୍ଧରେ ମୃତ୍ୟୁ ହୋଇଯାଇଥିବା ନେଇ ତାର ପିତାମାତା ବିଶ୍ବାସ କରିଥିଲେ। ମାତ୍ର ସେ ଆତଙ୍କବାଦୀଙ୍କ କବଳରେ ପଣବନ୍ଦୀ ରହିଥିଲେ। ବାଳିକା ଜଣଙ୍କର ମୁକ୍ତି ପରେ ପରିବାରରେ ଆନନ୍ଦ ଖେଳିଯାଇଛି। ଆଇଡିଏଫ୍ ଏହି ବାଳିକାର ଭିଡିଓକୁ ନିଜର ସୋସିଆଲ ମିଡିଆରେ ସେୟାର କରିଛି। ଇସ୍ରାଏଲ ଓ ହମାସ ମଧ୍ୟରେ ୯୬ ଘଣ୍ଟିଆ ଅସ୍ତ୍ରବିରତି ଶୁକ୍ରବାର ସକାଳୁ କାର୍ଯ୍ୟକାରୀ ହୋଇଛି। ଅସ୍ତ୍ରବିରତି ବୁଝାମଣା ଅନୁଯାୟୀ ଉଭୟ ପକ୍ଷ ୪ଦିନ ପାଇଁ ଯୁଦ୍ଧ ବନ୍ଦ କରିବେ। ଏହି ଯୁଦ୍ଧ ସମୟରେ ଉଭୟ ପକ୍ଷ ପରସ୍ପରର ପଣବନ୍ଦୀଙ୍କୁ ମୁକ୍ତ କରିବେ। ହମାସ ଆତଙ୍କବାଦୀମାନେ ୪ଦିନ ମଧ୍ୟରେ ୫୦ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବେ। ଇସ୍ରାଏଲ ଓ ହମାସ ଯୁଦ୍ଧ ସାମୟିକ ବନ୍ଦ ରହିଥିବାବେଳେ ଇସ୍ରାଏଲ ଅନୁବନ୍ଧିତ ଏକ କମ୍ପାନୀର ​ତୈଳ ବହନକାରୀ ଜାହାଜକୁ ୟେମେନ ଉପକୂଳରେ ଅଟକ ରଖାଯାଇଛି। ୟେମେନସ୍ଥିତ ସାମୁଦ୍ରିକ ସୁରକ୍ଷା କମ୍ପାନୀ ଆମବ୍ରେର କହିବା ଅନୁଯାୟୀ ଜାହାଜକୁ ଅଟକ ରଖାଯିବା ପରେ ଆମେରିକା ନୌସେନା ଏଥିରେ ହସ୍ତକ୍ଷେପ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories