www.samajalive.in
Friday, December 12, 2025
15.1 C
Bhubaneswar

୨୨ ଗାଡ଼ି ଉଠିଲା,୯ହଜାର ଟଙ୍କା ଜୋରିମାନା ଆଦାୟ

କଟକ : ବାଲିଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖି ଶୁକ୍ରବାର ଅପରାହ୍ଣରୁ ରାତି ପର୍ଯ୍ୟନ୍ତ କମିସନରେଟ୍‍ ଟ୍ରାଫିକ ପୁଲିସ ପକ୍ଷରୁ ବେଆଇନ ପାର୍କିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଟ୍ରାଫିକ ଏସିପି ପି.କେ. ଦଳେଇ ଓ ଏସଆଇ ରଞ୍ଜନ ନାୟକଙ୍କ ସହ ଅନ୍ୟ କର୍ମଚାରୀମାନେ ଅପରାହ୍ଣ ୩ଟାରୁ ବେଆଇନ ଭାବେ ପାର୍କିଂ କରିଥିବା ଉଭୟ ପଡିଆରୁ ଗାଡି ହଟାଇଥିଲେ। ରିଂବନ୍ଧ ଓ ପଡିଆରେ ରାସ୍ତା ଅବରୋଧ କରି ରଖାଯାଇଥିବା ୧୨ଟି ଚାରିଚକିଆ ଓ ୧୦ଟି ଦୁଇଚକିଆ ଯାନକୁ କ୍ରେନ ସାହାଯ୍ୟରେ ଉଠାଇ ନିଆଯାଇଥିଲା। କାର୍‍ ଚାଳଳଙ୍କଠାରୁ ୫୦୦ ଓ ବାଇକ ଚାଳକଙ୍କଠାରୁ ୨୦୦ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଥିଲା। ଜୋରିମାନା ବାବଦରେ ଆଜି ୯୦୦୦ଟଙ୍କା ଆଦାୟ କରାଯାଇ ଗାଡିଗୁଡିକୁ ଛାଡି ଦିଆଯାଇଥିବା ଏସିପି ଶ୍ରୀ ଦଳେଇ ସୂଚନା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories