BJD Bijuli 480×75 Mob

କର୍ଣ୍ଣାଟକରେ ୫୦ରୁ ୫୫ ଆସନରେ ଲଢିବ ଶିବସେନା

BJD Bijuli 480×75 Mob
0

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇବା ଲାଗି ଶିବସେନା ଘୋଷଣା କରିଛି। ରବିବାର ଦଳର ମୁଖପାତ୍ର ସଞ୍ଜୟ ରାଉତଙ୍କ ଘୋଷଣା ଅନୁଯାୟୀ ବିଧାନସଭା ନିର୍ବାଚନରେ ଶିବସେନା ୫୦ରୁ ୫୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ମହାରାଷ୍ଟ୍ର ଏକିକରଣ ସମିତିକୁ ସମର୍ଥନ ଦେବା ପାଇଁ ଦଳ ସୀମାନ୍ତ ଅଞ୍ଚଳରେ ପ୍ରାର୍ଥୀ ଦେବ ନାହିଁ। ମରାଠୀ ଭାଷା କହୁଥିବା ଅଞ୍ଚଳ କର୍ଣ୍ଣାଟକର ବେଲଗାମକୁ ମହାରାଷ୍ଟ୍ର ମିଶାଇବା ଲାଗି ମହାରାଷ୍ଟ୍ର ଏକିକରଣ ସମିତି ପ୍ରଚାର ଚଳାଇଛି। ସମିତିକୁ ସମର୍ଥନ ଜଣାଇ ଶିବସେନା ସୀମାନ୍ତ ଅଞ୍ଚଳରେ ପ୍ରାର୍ଥୀ ନ ଦେବାକୁ ନିଷ୍ପତ୍ତି ନେଇଛି। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ମେ ୧୨ରେ ଭୋଟ ଗ୍ରହଣ କରାଯିବ। ମେ ୧୫ରେ ଭୋଟ ଗଣତି ହେବ। ଏପ୍ରିଲ ୨୪ ନାମାଙ୍କନ ପତ୍ର ଦାଖଲ ପାଇଁ ଶେଷ ତାରିଖ ରହିଛି। ରାଜ୍ୟରେ କ୍ଷମତାରେ ଥିବା କଂଗ୍ରେସ ଓ ବିରୋଧୀ ବିଜେପି ମଧ୍ୟରେ ଏଠାରେ ଲଢେଇ ହେବାକୁ ଯାଉଥିବାବେଳେ ଶିବସେନା ନିଜର ଉପସ୍ଥିତି ଜାହିର କରିବାକୁ ଓହ୍ଲାଇଛି।

Leave A Reply