www.samajalive.in
Saturday, December 13, 2025
18.1 C
Bhubaneswar

କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ବିଶ୍ବ ଐତିହ୍ୟ ସପ୍ତାହ ସମାପନ ସମାରୋହ

ଭବାନିପାଟଣା :  ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ଦ୍ବାରା ଗତ ଏକ ସପ୍ତାହ ଧରି ପାଳନ କରାଯାଉଥିବା ବିଶ୍ବ ଐତିହ୍ୟ ସପ୍ତାହ, ୨୦୨୩ର ସମାପନ ସମାରୋହ ଭବାନିପାଟଣାସ୍ଥ କଳାହାଣ୍ଡି ବିଶ୍ବବିଦ୍ୟାଳୟ ମୁକ୍ତାକାଶ ମଞ୍ଚରେ ଶନିବାର ଆଯୋଜିତ ହୋଇଯାଇଛି । ଏହି ସମାରୋହ ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣର ମହାନିର୍ଦ୍ଦେଶକ ପ୍ରଫେସର କିଶୋର କୁମାର ବାସା ଭବାନିପାଟଣା ଆସିଥିଲେ। ଏହି ବିଶ୍ବବିଦ୍ୟାଳୟରେ ନିର୍ମିତ WOOW ମୂର୍ତ୍ତିକୁ ପ୍ରଥମେ ପ୍ରଫେସର ବାସା ଉଦଘାଟନ କରିଥିଲେ । ଅପରାହ୍ନରେ ବିଶ୍ବ ଐତିହ୍ୟ ସପ୍ତାହ, ୨୦୨୩ରସମାପନ ସମାରୋହ ଆରମ୍ଭ ହୋଇଥିଲା । ସଭାର ମୁଖ୍ୟ ଅତିଥି ଥିଲେ ପ୍ରଫେସର କିଶୋର କୁମାର ବାସା। କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର, ସମ୍ବଲପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ. ନୃପରାଜ ସାହୁ, ଭୁବନେଶ୍ବର ମଣ୍ଡଳ ଏଏସଆଇ ଅଧୀକ୍ଷଣ ପ୍ରତ୍ନତତ୍ତ୍ବବିତ ଡ. ଶୁଶାନ୍ତ କୁମାର କର ପ୍ରମୁଖ  ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ।

ସମାରୋହରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟମାନଙ୍କୁ ଅତିଥିମାନେ ବିଶ୍ବ ଐତିହ୍ୟ ସପ୍ତାହର ମହତ୍ତ୍ବ ଜଣାଇଥିଲେ ଏବଂ  କିପରି ଏହାର ଆହୁରି ପ୍ରଚାର କରାଯାଇ ପାରିବ ତାହା ସମ୍ବନ୍ଧରେ ଉପଦେଶ ଦେଇଥିଲେ । ଏହି ଉତ୍ସବ ଉପଲକ୍ଷେ କରାଯାଇଥିବା ପ୍ରତିଯୋଗିତାର ବିଜେତାମାନଙ୍କୁ ଏଏସଆଇ ମହାନିର୍ଦ୍ଦେଶକ ପ୍ରଫେସର ବାସା ପୁରସ୍କାର ଏବଂ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଶେଷରେ ଭୁବନେଶ୍ବର ମଣ୍ଡଳ ଏଏସଆଇ ଅଧୀକ୍ଷଣ ପ୍ରତ୍ନତତ୍ତ୍ବବିତ ଡ. ଶୁଶାନ୍ତ କୁମାର କର ଏହି ଉତ୍ସବକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories